Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ରାଜନୀତି କରୁଛନ୍ତି ସରକାର: ଜୁଏଲ

Date: Nov 9, 2017    Views: 20

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଏବେ ନାଟକୀୟ ମୋଡ ନେଇଛି । ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବି•ର ବିଭାଗୀୟ ତଦନ୍ତ ନିର୍ଦେଶ  । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଛି  । ପୁଲିସ କହିବା ଅନୁସାରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇନି, ଏଣେ ମୁଖ୍ୟମନ୍ତ୍ରୀ ବି•ର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି  ।ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି  । ମୁଖ୍ୟମନ୍ତ୍ରୀଙ୍କ ବି•ର ବିଭାଗୀୟ ତଦନ୍ତ ନିର୍ଦେଶ ପରେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ଜୁଏଲ । କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି କୁନ୍ଦୁଲି ଘଟଣାକୁ ନେଇ ରାଜନୀତି କରୁଛନ୍ତି ସରକାର  । ଯଦି ବି•ର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି ଜୁଏଲ  । ଏହି ଘଟଣାରେ ସରକାରୀ ଦଳର କେହି ସମ୍ପଚକ୍ତ ଥିବାରୁ ଏଭଳି ନାଟକ କରୁଛନ୍ତି ରାଜ୍ୟ ସରକାର ବୋଲି ଜୁଏଲ କହିଛନ୍ତି ।

 


    

Maximum 500 characters