Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଜୟା ଟିଭି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢଉ

Date: Nov 9, 2017    Views: 17

ଚେନ୍ନାଇ: ଟିକସ ଫାଙ୍କି ନେଇ ତାମିଲନାଡୁର ଆଞ୍ଚଳିକ ଟିଭି ଚ୍ୟାନେଲ ଜୟା ଟିଭିର ଚେନାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚାଉ କରାଯାଇଛି । ଏହାଛଡ଼ା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟ ଲଲିତାଙ୍କ କୋଦଣ୍ଡ ଇଷ୍ଟେଟ୍, ଜେଲରେ ଥିବା ଏଆଇଏଡିଏମକେର ବିବାଦୀୟ ନେତ୍ରୀ ଭି କେ ଶଶୀକଳା ଓ ତାଙ୍କ ସମର୍ଥକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଆରମ୍ଭ କରାଯାଇଛି । ସେହିପରି ଶଶୀକଳାଙ୍କ ସ୍ୱାମୀ ଏମ ନଟରାଜନଙ୍କ ତାଞ୍ଜାଭୁରସ୍ଥିତ ବାସଭବନରେ ମଧ୍ୟ ଆୟକର ଚଢାଉ କରାଯାଇଛି । ଦଳରୁ ବହିଷ୍କୃତ ଏଆଇଏଡିଏମକେ ନେତା ଟିଟିଭି ଦିନାକରନଙ୍କ ମନ୍ନାଇନଗର, ଶଶୀକଳାଙ୍କ ଭାଇ ଦିବାକରନଙ୍କ ସୁନ୍ଦରାକୋଟ୍ଟାଇ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚାଉ କରାଯାଇଛି । ତାମିଲନାଡୁର ମୋଟ୍ ୮୦ଟି ସ୍ଥାନରେ ଚଢାଉ କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଯଦିଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଦ୍ୱାରା ଜୟା ଟିଭି ପ୍ରତିଷ୍ଠା କରାଯାଇଥିଲା ମାତ୍ର ଜୟା ଟିଭି ଓ ଜାଜ୍ ସିନେମାକୁ ଏବେ ଶଶୀକଳାଙ୍କୁ ପୁତୁରା ବିବେକ ଜୟରମନ ନିୟନ୍ତ୍ରଣ କରୁଛନ୍ତି । ତେଣୁ ଶ୍ରୀ ଜୟକୁମାରଙ୍କ ଘରେ ମଧ୍ୟ ଆୟକର ଚାଉ କରାଯାଇଛି ।

 


    

Maximum 500 characters