Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ନବୀନଙ୍କୁ ଭେଟିଲେ ରଘୁନାଥ ମହାନ୍ତି

Date: Nov 8, 2017    Views: 18

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି  । ବାଲେଶ୍ୱର ବିଜେଡି ପର୍ଯ୍ୟବକ୍ଷେକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ସେ ନବୀନଙ୍କୁ ଭେଟିଛନ୍ତି  । ୨୦୧୩ ମସିହାରେ ବଧୂ ନିର୍ଯାତନା ଅଭିଯୋଗରେ ତାଙ୍କ ମନ୍ତ୍ରୀ ପଦ ଯିବା ସହ ଦଳରୁ ନିଲମ୍ବନ ଓ ପରେ ଗିରଫ ମଧ୍ୟ ହୋଇଥିଲେ  । ଏହା ପରେ ୨୦୧୪ ର୍ନିବାଚନରେ ତାଙ୍କୁ ଆଉ ଟିକେଟ ନମିଳିନଥିଲା  ।  ବୋହୂ ବର୍ଷା ସୋନୀଙ୍କ ବିବାଦ ତୁଟିବା ପରେ ଆଶା କରାଯାଉଥିଲା ତାଙ୍କ ଉପରୁ ନିଲମ୍ବନ ଉଠାଇବେ ନବୀନ  ।  ଗତ ଜୁନ ୧୮ରେ ତାଙ୍କୁ ନବୀନ ନିବାସରୁ ଡାକରା ମିଳିଥିଲା  ।  ଏହା ପରେ ସେ ଆଜି ଦ୍ୱିତୀୟ ଥର ନବୀନ ନିବାସ ଆସିଛନ୍ତି  ।  ଚର୍ଚ୍ଚା ହେଉଛି ବିଜୁ ଜନତା ଦଳର ସାଂଗଠାନିକ କାର୍ଯ୍ୟର ଦାୟିତ୍ୱ ଦେବା ସହ ତାଙ୍କ ଉପରୁ ନିଲମ୍ବନ ହଟିପାରେ  ।

 


    

Maximum 500 characters