Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଆଜି ବିମୁଦ୍ରାୟନକୁ ପୁରିଲା ବର୍ଷେ

Date: Nov 8, 2017    Views: 18

ଭୁବନେଶ୍ୱର: ଆଜି ବିମୁଦ୍ରାୟନକୁ ଏକ ବର୍ଷ ପୁରଣ ହୋଇଛି  । ବିମୁଦ୍ରାକରଣର ବର୍ଷ ପୂର୍ତ୍ତିକୁ ବିରୋଧୀ କଳା ଦିବସ ଭାବେ ଆଜି ସାରା ଦେଶରେ ପାଳନ କରୁଛନ୍ତି  । ଅନ୍ୟପଟେ ସମାନ୍ତରାଳ ଭାବେ ସରକାର ତରଫରୁ ଦେଶବ୍ୟାପୀ କଳା ଧନ ବିରୋଧୀ ଦିବସ ପାଳନ କରାଯାଉଛି । ନୋଟବନ୍ଦୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି ଓ ଏହା ଏକ ଅପରିମାଣଦର୍ଶ ନିଷ୍ପତି ବୋଲି ବିରୋଧୀ କହୁଛନ୍ତି  ।
ଅନ୍ୟପଟେ ଏହା ଦ୍ୱାରା ଦୁର୍ନୀତି, ଜାଲ ନୋଟ ଓ ଟେରର ଫଣ୍ଡିଙ୍ଗ ଉପରେ ରୋକ ଲାଗି ପାରିଛି ବୋଲି ଦାବି କରୁଛନ୍ତି କେନ୍ଦ୍ର ସରକାର  ।  ବିମୁଦ୍ରାକରଣକୁ ବିରୋଧ କରି କଂଗ୍ରେସ ସମେତ ଦେଶର ୧୭ଟି ପ୍ରମୁଖ ବିରୋଧୀଦଳ ଆଜି ପାଳନ କରୁଛନ୍ତି କଳାଦିବସ  ।  ବିମୁଦ୍ରାକରଣକୁ ଦେଶର ସବୁଠୁ ବଡ ଦୁର୍ନୀତି ବୋଲି କହିଛନ୍ତି ବିରୋଧୀ  ।  କେନ୍ଦ୍ର ବିରୋଧୀ ଭାବେ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିମୁଦ୍ରାକରଣ ପ୍ରତିବାଦରେ ପାଦେ ଆଗେଇ ଯାଇ ନିଜ ଟୁଇଟର ଡିପିକୁ କଳା କରିବା ପାଇଁ ଆହ୍ୱାନ ଦେଇଛନ୍ତିି । ଅନ୍ୟପଟେ ଶେଷ ମୁହୂର୍ତରେ ବିମୁଦ୍ରାକରଣ ବର୍ଷପୂର୍ତ୍ତିକୁ କଳାଦିବସ ପାଳନ କରିବା ଆନେ୍ଦାଳନରୁ ଓହରି ଯାଇଛି ତାମିଲନାଡୁର ଡିଏମକେ  । ସୋମବାର ପ୍ରଧାନମନ୍ତ୍ରୀ ଡିଏମକେର ନେତା କରୁଣାନିଧିଙ୍କୁ ଭେଟିବା ପରେ ଦଳ ଏଭଳି ନିଷ୍ପତି ନେଇଛି ବୋଲି ଚର୍ଚ୍ଚା ହେଉଛି ।

 


    

Maximum 500 characters