Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଡାକ୍ତରଖାନାରେ ପିଲା ବଦଳ ନେଇ ଉତ୍ତେଜନା

Date: Nov 8, 2017    Views: 17

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିସôାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ  ନବଜାତ ଶିଶୁ ବଦଳକୁ ନେଇ ମଙ୍ଗଳବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅର୍ଥ ଲୋଭରେ ଦାୟିତ୍ୱରେ ଥିବା କର୍ମଚାରୀ ନବଜାତକ ପୁତ୍ର ସନ୍ତାନକୁ ବଦଳ କରି କନ୍ୟା ସନ୍ତାନ ଦେଇଥିବା ନେଇ ଦମ୍ପତିଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।   ଜିଲାର ଗରଦପୁର ବ୍ଲକ ବଡବେତରା ଗ୍ରାମର ସୁଶାନ୍ତ ମହାପାତ୍ର ଓ ତାଙ୍କ ପତ୍ନୀ ପ୍ରଭାତୀ ମହାପାତ୍ରଙ୍କର ପ୍ରଥମ କନ୍ୟା ସନ୍ତାନ ଅସେôାପଚାର ମାଧ୍ୟମରେ ଜନ୍ମ ହୋଇଥିଲା । ଦ୍ୱିତୀୟ ସନ୍ତାନର ଜନ୍ମ ଆସନ୍ତା ୧୩ତାରିଖରେ ହେବାର ଥିବାରୁ ପ୍ରଭାତୀ ଚିକିସôାଳୟରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ତାଙ୍କର ସନ୍ତାନ ଟିଏ ଜନ୍ମ ହୋଇଥିଲା । ତେବେ ପ୍ରସବ ଦାୟିତ୍ୱରେ ଥିବା କର୍ମଚାରୀ ଜନ୍ମିତ ସନ୍ତାନକୁ ଦୀର୍ଘ ସମୟ ପରେ ଦମ୍ପତିଙ୍କୁ ଦେଇଥିଲେ ।  ସେହିଭଳି  ଡାକ୍ତରଖାନାରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିବା  ପଟ୍ଟାମୁଣ୍ଡାଇ ଅଞ୍ଚଳର ଜନୈକା ମହିଳା ମଧ୍ୟ ମଙ୍ଗଳବାର ଦିନ ଏକ ସନ୍ତାନ ଜନ୍ମ ଦେଇଥିଲେ । ତେବେ ପୂର୍ବରୁ ଜନ୍ମିତ ପୁତ୍ର ଶିଶୁକୁ ବଦଳା ଯାଇ କନ୍ୟା ସନ୍ତାନ ତାଙ୍କୁ ବିଳମ୍ବରେ ଦିଆଯାଇଥିବା ନେଇ ସୁଶାନ୍ତ ଓ ପ୍ରଭାତୀ ଅଭିଯୋଗ କରି ତୀବ୍ର ପ୍ରତିବାଦ ସହ ପାଟିତୁଣ୍ଡ କରିଥିଲେ ।  ଏହା ସହ ସେ ଉଭୟ ସନ୍ତାନଙ୍କ ଡିଏନ୍ଏ ଟେଷ୍ଟ ପାଇଁ ଦାବି କରିଥିଲେ । ତାଙ୍କ ପୁଅକୁ ପଇସା ଲୋଭରେ ବଦଳାଯାଇ ଝିଅ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ । ଏ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ରିପୋର୍ଟ ଲେଖାହେବା ଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

 


    

Maximum 500 characters