Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଟିପର ଧକ୍କାରେ କଲେଜ ଛାତ୍ରୀ ମୃତ

Date: Nov 8, 2017    Views: 27

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ତିଳପଦା ଗ୍ରାମ ନିକଟରେ ଏକ ଟିପର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତୁ୍ୟ ହୋଇଯାଇଛି ।  ସଦରଥାନା ବାରଦା ଗ୍ରାମର ପ୍ରମୋଦ ସ୍ୱାଇଁଙ୍କ ଝିଅ ପି୍ରୟଙ୍କା (୧୯)  ନିଜ ଗ୍ରାମର ସହପାଠୀ ରୁଦ୍ର ନାରାୟଣ ବରାଳଙ୍କ ସହ ଏକ ବାଇକ ନଂଓଡି୦୬- ୬୬୮୩ ଯୋଗେ କଲେଜରୁ ପାଠପଢା ସାରି ଫେରୁଥିବା ବେଳେ ତିଳପଦା ଠାରେ ଓଆର୧୪ ଆର୍-୯୧୩୧ ନମ୍ବର ବିଶିଷ୍ଟ ଏକ ଟିପର ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପ୍ରିୟଙ୍କା ଗୁରୁତର ହୋଇ ରାସ୍ତାରୁ ଛଟିକି ପଡିଥିବା ବେଳେ ରୁଦ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ।  ପ୍ରିୟଙ୍କାଙ୍କୁ ସଙ୍ଗେସଙ୍ଗେ ଢେଙ୍କାନାଳ ଡାକ୍ତରଖାନା ଅଣାଯାଇଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ଘଟାଇ ଟିପର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । 

 


    

Maximum 500 characters