Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ବିମୁଦ୍ରୀକରଣ ଦେଶ ଅର୍ଥନୀତିର ବଡ ଲୁଟ୍ : ମନମୋହନ

Date: Nov 8, 2017    Views: 29

ଅହମ୍ମଦାବାଦ: ବିମୁଦ୍ରୀକରଣ ଓ ଜିଏସ୍ଟିକୁ ନେଇ ଏବେ  ବିରୋଧୀ ଦଳର ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଆସୁଛି । ଆଉ ଏହା ଭିତରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ବିମୁଦ୍ରୀକରଣକୁ ଏକ ବିନାଶକାରୀ ଆର୍ଥିକ ନୀତି(ବ୍ଲଣ୍ଡର) ବୋଲି କହିିଛନ୍ତି । ମଙ୍ଗଳବାର ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ ଏହା କହିଥିଲେ । ସେ କହିଥିଲେ ୮ ନଭେମ୍ବର ଭାରତର ଲୋକତନ୍ତ୍ରର କଳାଦିବସ । ବିଶ୍ୱରେ କୌଣସି ଦେଶର ଏଭଳି ନିଷ୍ପତ୍ତି ନେଇ ନାହିଁ ।   ମନମୋହନ କହିଛନ୍ତି କ୍ୟାସଲେସ୍ ଅର୍ଥବ୍ୟବସ୍ଥାକୁ ବଢାଇବା ପାଇଁ ବିମୁଦ୍ରୀକରଣ ନିଷ୍ପତ୍ତି ଭୁଲ ଥିଲା । ଯାହା ମୁଁ ଆଗକୁ ସଂସଦରେ କହିଥିଲି ତାହା ଏବେ ବି ପୁଣିଥରେ କହୁଛି । ବିମୁଦ୍ରୀକରଣ ଏକ ପ୍ରକାର ସଂଗଠିତ ଲୁଟ୍ ଥିଲା । ଏହା ଦେଶ ଅର୍ଥନୀତିର ବଡ ଲୁଟ୍ । ବିମୁଦ୍ରୀକରଣ ହେବା କାରଣରୁ ଲୋକଙ୍କ ଅସୁବିଧା ବଢିଛି । ଏହା ଛୋଟ କାରବାରୀଙ୍କ ଉପରେ ଏକ ଟ୍ୟାକ୍ସ ଟେରୋରିଜମ ଭଳି ଲାଗୁ ହୋଇଛି । ବିମୁଦ୍ରୀକରଣ ଓ ଜିଏସ୍ଟି କାରଣରୁ ଭାରତର ଅର୍ଥନୀତିକୁ ଦୁଇଥର ଝଟକା ଲାଗିଛି । ଏନେଇ ମନମୋହନ ମୋଦିଙ୍କୁ ମୋଟ ୭ଟି ପ୍ରଶ୍ନ ପଚାରିଛନ୍ତି ସେ କହିଛନ୍ତି ଏହି କାରଣରୁ ଛୋଟ କାରବାରୀଙ୍କ ଅଣ୍ଟା ଏହି ନିଷ୍ପତ୍ତି ନେବା ପୂର୍ବରୁ ସେ କ’ଣ ଗରିବଙ୍କ କଥା ଚିନ୍ତା କରିଥିଲେ? ଏହି ନିଷ୍ପତ୍ତି ଦ୍ୱାରା େଭୋକରେ ମରୁଥିବା ଲୋକଙ୍କ ସମସ୍ୟା ଦୂର କରାଯାଇ ପାରିବ କି? ନୋଟବନ୍ଦୀ ବିଷୟରେ ଘୋଷଣା ପୂର୍ବରୁ ଛୋଟ ବ୍ୟବସାୟୀଙ୍କ ବିଷୟରେ ଭାବିଥିଲେ କି? ଯେଉଁମାନେ ବେରୋଜଗାର ହେଲେ ତାଙ୍କ କଥା ଭାବିଛନ୍ତି? ଯିଏ ଜିଏସ୍ଟି ଓ ବିମୁଦ୍ରାକରଣ ବିଷୟରେ କଥା କୁହେ ସେ କ’ଣ ଟ୍ୟାକ୍ସ ଚୋର?  ବୁଲେଟ ଟ୍ରେନକୁ ସମର୍ଥନ ନଦେଲେ ଆପଣ କ’ଣ ବିକାଶ ବିରୋଧୀ ହୋଇଯିବେ? ବୁଲେଟ ଟ୍ରେନ୍ ପୂର୍ବରୁ ମୋଦି ଦେଶରେ  ହାଇସ୍ପିଡ୍ ଟ୍ରେନ ବର୍ତ୍ତମାନ ନର୍ଜର ରେଳ ଧାରଣାର ମରାମତି କରିବା କଥା ଭାବିଛନ୍ତି କି? ସୁରାଟର ବ୍ୟବସାୟୀଙ୍କ ସ୍ଥିତି ଖୁବ୍ ଖରାପ । ବିମୁଦ୍ରାୟନ ଓ ଜିଏସ୍ଟିର ପ୍ରଭାବ ତାଙ୍କ ଉପରେ କହିଛି । ଏହାଦ୍ୱାରା ଚୀନ୍ କେବଳ ଲାଭ ପାଇଛି ।  ୨୦୧୬-୧୭ ରେ ବର୍ଷର ପ୍ରଥମ ୬ ମାସରେ ଚୀନରୁ ୧.୯୬ ଲକ୍ଷ କୋଟିର ଜିନିଷ ଆମଦାନୀ କରାଯାଇଥିଲା । କିନ୍ତୁ ଏବେ ଏହା ୨.୧୪ ଲକ୍ଷ କୋଟିରେ ପହଁଞ୍ଚିଛି । ମୋଦି ସରକାର ବୈଶିକ ପରିସ୍ଥିତିର  ଫାଇଦା ଉଠାଇ ପାରିଲେନି । ୨୫ ବର୍ଷର ବିକାଶ ପଥରେ ଅଗ୍ରସର ହେବାପରେ ଏବେ ଦେଶ ମାନ୍ଦାବସ୍ଥାରେ ପଡିଛି ।  ମୁଁ ଯେତେବେଳେ ବିମୁଦ୍ରୀକରଣ ବିଷୟରେ ଜାଣିଥିଲି ମୋତେ ବହୁତ ବଡ ଝଟକା ଲାଗିଥିଲା । ଜିଡିପି ଓ ବିମୁଦ୍ରୀକରଣ ପ୍ରସଙ୍ଗ ଉପରେ ପ୍ରଶ୍ନ କଲେ କ’ଣ କେହି ଦେଶଦ୍ରୋହୀ ହୋଇଯାଏ? ଆରବିଆଇକୁ  ବନ୍ଧୁକ ମୁନରେ ହସ୍ତାକ୍ଷର କରିବାକୁ ପୂର୍ବରୁ ମୋଦି ଦେଶର ଗରିବଙ୍କ କଥା ଭାବିନାହାଁନ୍ତି ।  ଆମେ ୧୪୦ ମିଲିୟନ ଲୋକଙ୍କୁ ଦାରିଦ୍ର୍ୟରୁୁ ମୁକ୍ତି ଦେଇଛୁ । କିନ୍ତୁ ନୂତନ ସରକାର ଦେଶବାସୀଙ୍କୁ ବିମୁଦ୍ରୀକରଣ ଓ  ଜିଏସ୍ଟି ଦ୍ୱାରା କେବଳ ବେରୋଜଗାରୀ ଓ ଦେଶର ମାନଦଣ୍ଡ ଖରାପ କରିଦେଇଛନ୍ତି । 

 


    

Maximum 500 characters