Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

କେନ୍ଦ୍ରମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ରଙ୍କ ପାଖରେ ଯୋଗ୍ୟତା ନାହିଁ : ଦାମ

Date: Nov 7, 2017    Views: 16

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି  । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ  ।  ସେ କହିଛନ୍ତି, କୃଷି ମୋର ବୃତ୍ତି ଓ ଜଗନ୍ନାଥ ମୋର ସଂସ୍କୃତି  । ଚାଷୀ ଆତ୍ମହତ୍ୟା କଥା କହିଲେ ଛାତି ଫାଟିଲା ଭଳି ଲାଗୁଛି  । ଭୋଟ ପାଇଁ ବୁନିଆଦ ଓ ସଂସ୍କୃତିକୁ ବୁଡାଇପାରିବି ନାହିଁ ବୋଲି କହିଛନ୍ତି ଦାମ ରାଉତ  ।
ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ କଟାକ୍ଷ କରି ସେ କହିଛନ୍ତି, ଯିଏ ନିଜ ବୁନିଆଦିକୁ ଭୁଲିଯାଏ ସେ ହେଉଛି ବିଜେପି  ।  କେନ୍ଦ୍ରମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ରଙ୍କ ପାଖରେ ନୈତିକତା ଓ ଯୋଗ୍ୟତା ନାହିଁ  ।  ସେ କଳିଙ୍ଗରେ ଜନ୍ମହୋଇ ମଗଧ କଥା କହୁଛନ୍ତି  । ରାଜ୍ୟରେ ବାରମ୍ବାର କୃଷି ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପି, ବିଜେଡିକୁ ସମାଲୋଚନା କରିଥିଲା  ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିଥିଲା  ।  ତେବେ ଆଜି ବରିଷ୍ଠ ମନ୍ତ୍ରୀ ଦାମ ରାଉତ, ଧର୍ମେନ୍ଦ୍ରଙ୍କୁ କଡା ସମାଲୋଚନାକୁ ରାଜନୀତି ଜୋର ଧରିଛି  ।

 


    

Maximum 500 characters