Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

୨ ଜୁଆଡ଼ି ଗିରଫ

Date: Nov 7, 2017    Views: 38


ଡେରାବିଶ: ଡେରାବିଶ ବ୍ଲକ ହରିଅଙ୍କ ପଂଚାୟତ ଅନ୍ତର୍ଗତ ଭୋଳ ବଜାରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରି ୨ ଜୁଆଡିଙ୍କ ସମେତ ଖେଳ ସରଞ୍ଜାମ ଜବତ କରିଛି । ରାତି ୯ଟା ସମୟରେ ଚାନେ୍ଦାଳ ଫାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ଏହି ସମୟରେ ପୁଲିସ ୨ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ପୁଲିସକୁ ଚକମା ଦେଇ ଫେରାର ହେବାକୁ ସକ୍ଷମ ହୋଇଥିଲେ । ଗିରଫ ଦ୍ୱୟ ହେଲେ ଦକ୍ଷିଣଖଣ୍ଡ ଭୋଳ ଗ୍ରାମର ଖଗେଶ୍ୱର ମଳିକ (୨୧) ଓ ନେମାଳ ଥାନା ଅନ୍ତର୍ଗତ ବାଙ୍କଦିଆ ଗ୍ରାମର କଳ୍ପତରୁ ସାହୁ (୨୭) ।  ଉକ୍ତ ୨ଜଣଙ୍କ ସମେତ ପୁଲିସ ଯୁଆ ପାଲି, ଗୋଟି ଓ ୨୯୬୦ ଟଙ୍କା ଜବତ କରିଛି । ଏ ସମ୍ପର୍କରେ ସଦରଥାନାରେ ୩୪୩/୧୭ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚାନେ୍ଦାଳ ଫାଣ୍ଡି ଅଧିକାରୀ ତୁଷାରକାନ୍ତ କାନୁନଗୋ ସୂଚନା ଦେଇଛନ୍ତି ।


    

Maximum 500 characters