Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ବ୍ରାଉନସୁଗାର ଓ ଗଞ୍ଜେଇ ଜବତ, ୨ ଗିରଫ

Date: Nov 7, 2017    Views: 34


 ବାଲେଶ୍ୱ: ଅବକାରୀ ବିଭାଗ ପକ୍ଷରୁ ଜଳେଶ୍ୱର ଓ କମର୍ଦ୍ଧା ଥାନା ଅନ୍ତର୍ଗତ ଭିନ୍ନଭିନ୍ନ ଦୁଇଟି ସ୍ଥାନରେ ଚଢାଉ କରାଯାଇଛି ।  ଚଢାଉରେ ମୋଟ ୨୦ ଗ୍ରାମର ବ୍ରାଉନସୁଗାର ସହ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି । ବେଆଇନ ନିଶା କାରବାର କରୁଥିବା ଅଭିଯୋଗରେ ୨ଜଣଙ୍କୁ ଅବକାରୀ ପୁଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ୨ ଜଣ ଜଳେଶ୍ୱର ଥାନା ସେଖବାଡ ଗ୍ରାମର ସେଖ ଅନୱାରଙ୍କ ପତ୍ନୀ ହଲିମାନ ବିବି(୩୫) ଏବଂ କମର୍ଦ୍ଧା ଥାନା କରିହୋଣ୍ଡା ଗ୍ରାମର ଗୋପାଳ ସିଂ(୪୨) । ବାଲେଶ୍ୱର ସଦର ଅବକାରୀ ନିରୀକ୍ଷକ କରୁଣାକର ତିୱାରୀ, ଉପନିରୀକ୍ଷକ ତ୍ରିଲୋଚନ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୮ ଜଣିଆ ଅବକାରୀ ପୁଲିସ ଦଳ ହଲିମାନ ବିବିଙ୍କୁ ତାଙ୍କ ଘରପାଖରୁ ଗିରଫ କରିଥିଲେ । ଗିରଫ ବେଳେ ହଲିମାନ ବିବିଙ୍କ ପାଖରୁ ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ଅବକାରୀ ପୁଲିସକୁ ମିଳିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ବାରିହୋଣ୍ଡା ଗ୍ରାମର ଗୋପାଳ ସିଂ ଘର ଉପରେ ଏହି ଅବକାରୀ ପୁଲିସ ଦଳ ଚଢାଉକରି ୨୦ କେଜିର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । 


    

Maximum 500 characters