Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଟାଟା ଏସି ଧକ୍କାରେ ବାଇକ ଆରୋହୀ ମୃତ

Date: Nov 7, 2017    Views: 26


ହିଞ୍ଜିଳିକାଟୁ :  ସ୍ଥାନୀୟ ଥାନା ଅନ୍ତର୍ଗତ ଲେଙ୍କାଖାଲି ଗ୍ରାମରେ ଟାଟା ଏସି(ଓଡି୦୭୯୪୯୧୧) ଧକ୍କାରେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତକ ଜଣକ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମର ରବୀନ୍ଦ୍ରଙ୍କ ପୁଅ ଜଗନ୍ନାଥ ପାତ୍ର(୨୩) । ଜଗନ୍ନାଥ ହିରୋ ସ୍ପ୍ଲେଣ୍ଡର(ଓଡି୦୭ଡି୩୫୪୮) ଯୋଗେ ଗ୍ରାମରୁ କଙ୍କୋରଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରେ ଯାଉଥିବା ଏକ ଟାଟା ଏସି ଗାଡି ସହ ଲେଙ୍କାଖାଲି ନିକଟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଜଗନ୍ନାଥ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଜଗନ୍ନାଥଙ୍କୁ ଉଦ୍ଧାର କରି ଚିକିସôା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆଡପଡା ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତୁ୍ୟ ଖବର ପାଇ ଗ୍ରାମବାସୀ ଟାୟାର ଜାଳି ପାଟପୁର ରାସ୍ତା ଅବରୋଧ କରିଥିଲେ । ପାଟପୁର ତହସିଲଦାର, ବିଡିଓ, ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ଉଠି ନଥିଲା । ଖବର ଲେଖାହେବା ସୁଦ୍ଧା  ହିଞ୍ଜିଳି ଥାନାରେ ରାଜିନାମା ସକାଶେ ଏକ ବୈଠକ ବସିଥିଲା ।


    

Maximum 500 characters