Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଭାରତ-ଚୀନ୍ ସୀମାରେ ନିର୍ମାଣ ହେବ ୧୭ ଟି ସୁଡଙ୍ଗ

Date: Nov 7, 2017    Views: 21


ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ୭୩ ଟି ସଡକ ନିର୍ମାଣଧିନ ରହିଛି । ଏହା ସହିତ ଭାରତ ଏବେ ସମ୍ପୂର୍ଣ୍ଣ ଏଲଓସିକୁ ନିୟନ୍ତ୍ରଣରେ ଆଣିବା ପାଇଁ ବିଭିନ୍ନ ବିକଳ୍ପ ଉପର ବିଚାର କରୁଛି ।  ସଡକ ଠାରୁ ଅଲଗା ସୁଡଙ୍ଗ ନିର୍ମଣ କରିବା ଫଳରେ ଏଲଓପସିରେ ପହଁଞ୍ଚିବା ପାଇଁ ସହଜ ହୋଇପାରିବ । ଏହାର ଦୂରତ୍ୱ ମଧ୍ୟ ଅପେକ୍ଷାକୃତ ଭାବରେ କମ୍ ହୋଇଯିବ । ଏହା ସହିତ ସୁଡଙ୍ଗ ନିର୍ମାଣ ହୁଏ ତେବେ ବରଫାଚ୍ଛନ୍ନ ଓ ବିଚ୍ଛିନ୍ନାଞ୍ଚଳ ଏଲଓସି ସହିତ ପ୍ରତ୍ୟେକ ଋତୁରେ ଯୋଗାଯୋଗ ସୁଗମ ହୋଇପାରିବ । ଯଦି ଭବିଷ୍ୟତରେ ଡୋକଲାମ ବିବାଦ ଭଳି ପରିସ୍ଥିତି ପୁଣି ସାମ୍ନାକୁ ଆସେ ତେବେ ବରଫାଞ୍ଚଳରେ ମଧ୍ୟ ସୈନିକଙ୍କୁ ପହଁଞ୍ଚାଇବା ସହ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ସହିତ ଜରୁରୀ ଜିନିଷ ପହଁଞ୍ଚାଇବା ସମ୍ବବ ଅଞ୍ଚଳ ଗୁଡିକରେ ସେନା ପହଁଞ୍ଚି ପାରେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସଡକ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସହ ଅନୁମତି ଆଣିବାକୁ ପଡିଥାଏ । କିନ୍ତୁ ଯଦି ସୁଡଙ୍ଗ ନିର୍ମାଣ କରାଯାଏ ତେବେ ଏଭଳି ସମସ୍ୟା ମଧ୍ୟ ଉପୁଜିବ ନାହିଁ । ଏଲଓସିରେ ନିଜର କ୍ଷମତା ଓ ବୈଷୟିକ ଦକ୍ଷତା ପାଇଁ ଆବଶ୍ୟକତା ଗୁଡିକୁ ଆଖିରେ ରଖି ସୀମାରେ ନିର୍ମାଣ କାର୍ଯ୍ୟ କରୁଥିବା ଭାରତର ମୁଖ୍ୟ ଏଜେନ୍ସି ବର୍ଡର ରୋଡ ଅର୍ଗାନାଇଜେସନ୍ (ବିଆରଓ) ଗତ ସପ୍ତାହରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଆୟୋଜିତ କରିଥିଲା । ଏଥିରେ ସଡକ ଓ ରାଜମାର୍ଗ ମନ୍ତ୍ରଣାଳୟ, ରେଳ, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ, ସେନା ଓ ଏହି ନିର୍ମାଣ କାର୍ଯ୍ୟ ସମ୍ପୃକ୍ତ ଅମେକ ବିଦେଶୀ ଫାର୍ମମାନେ ଭାଗ ନେଇଥିଲେ । ସେମିନାରରେ ସୁଡଙ୍ଗ ନିର୍ମାଣ ପାଇଁ ଅନେକ ବୈଷୟିକ ଦିଗ ଗୁଡିକ ଉପରେ ଆଲୋଚନା କରାଯାଇଛି । ଲଦାଖ ଓ ଅରୁଣାଚଳ ପ୍ରଦେଭଶ ଭଳି ଅଧିକ ଥଣ୍ଡା ସ୍ଥାନରେ ବର୍ଷର ୬ ମାସ  ଯୋଗାଯୋଗ ବିଚ୍ଛିନ୍ନ ରହିଥାଏ । ତଥ୍ୟ ଅନୁସାରେ ବିଆରଓ  ଏବେ ୬୧ଟି ସଡକ ନିର୍ମାଣ ପାଇଁ  ଦାୟିତ୍ୱ ଦିଆଯାଇଥିବା ବେଳେ କେବଳ ୨୭ ଟି ନିର୍ମାଣ ହୋଇସାରିଛି ।

 


    

Maximum 500 characters