Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

କରୁଣାନିଧିଙ୍କୁ ଭେଟିଲେ ମୋଦି

Date: Nov 7, 2017    Views: 25


 ଚେନ୍ନାଇ: ଦକ୍ଷିଣ ଭାରତର ରାଜନୀତିରେ ଏବେ ନୂଆ ମୋଡ ଆସିଛି । କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇ ଗସ୍ତ ବେଳେ ଡିଏମକେ ନେତା ମୁଖ୍ୟ କରୁଣାନିଧିଙ୍କ ସହ ସାକ୍ଷାତ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ତାମିଲନାଡୁରେ ଡିଏମ୍କେର ବଡ ବିରୋଧୀ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ କରୁଣାନିଧିଙ୍କ ସାକ୍ଷାତକାର ସାଧାରଣରେ ଦ୍ୱନ୍ଦ ସଅଷ୍ଟି କରିଛି । ଡିଏମକେ ସବୁବେଳେ ମୋଦି ସରକାରଙ୍କ ନୀତିକୁ ବିରୋଧ କରି ଆସୁଛି । ଏଭଳି ପରିସ୍ଥତିତିରେ ମୋଦି କେବଳ କରୁଣାନିଧିଙ୍କୁ ଦେଖା କରିନାହାଁନ୍ତି ବଂର ତାଙ୍କ ନିଜର ଦିଲ୍ଲୀ ସ୍ଥିତବାସଭବନକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି । ମୋଦିଙ୍କ ଏହି ରଣନୀତି ପରେ କୁହାଯାଉଛି ବିଜେପି ତାମିଲନାଡୁରେ ନୂଆ ସମୀକରଣ ସନ୍ଧାନ କରୁଛି । କିନ୍ତୁ ମୋଦି ଏହି କଥାକୁ ଖଣ୍ଡନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । କରୁଣାନିଧିଙ୍କୁ ମୋଦି ୧୦ ମିନିଟ୍ ପର୍ଯ୍ୟନ୍ତ ଭେଟିଥିଲେ । ଏହି ସମୟରେ ତାଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ରହିଥିଲେ । କରୁଣାନିଧିଙ୍କ ପୁଅ ବା ଡିଏମକେର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ ଓ ତାଙ୍କ ଭଉଣୀ ରାଜ୍ୟସଭା ସାଂସଦ କାନିମୋଝି ମୋଦିଙ୍କୁ ପାଛୋଟି ନେବା ସହ ବିଦାୟ ଦେବା ପାଇଁ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖନୀୟ ଯେ ପୂର୍ବତନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ପରେ ଶାସକ ଦଳ ଏଆଇଏଡିଏମକେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ଦଳକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପଲାନୀ ସ୍ୱାମୀ ଏବଂ ପନୀରସେଲଭାମ ନେତୃତ୍ୱ ନେଉଥିବା ବେଳେ ଆଉ ଏକ ଦଳର ନେତୃତ୍ୱ ଶଶିକଳା ନଟରାଜନ ନେଉଛନ୍ତି ।


    

Maximum 500 characters