Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ମୋଦି କହୁଛନ୍ତି ସବୁ ଫଳ ଖାଇଯାଅ, କାମ ଚିନ୍ତା କରନି: ରାହୁଲ

Date: Nov 7, 2017    Views: 22


କାଙ୍ଗଡା: ହିମାଚଳ ବିଧାନସଭା ନିର୍ବାଚନର ଗୋଟେ ଦିନ ପୂର୍ବରୁ କଂଗ୍ରେସ ଉପାହଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ ଜାରି ରଖିଛନ୍ତି । ରାହୁଲ ସୋମବାର ହିମାଚଳ ପ୍ରଦେଶର ସିମସୌର ଜିଲ୍ଲାର ପାଣ୍ଟୱା ସାହିବରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି କହିଥିଲେ ଗୀତାରେ ଲେଖା ଅଛି କର୍ମ କର ଫଳର ଚିନ୍ତା ନକର । କିନ୍ତୁ ମୋଦି କୁହନ୍ତି ସବୁ ଫଳ ଖାଇଯାଅ କିନ୍ତୁ କାମର ଚିନ୍ତା ନକର । ଆମେ ମୋଦିଙ୍କ କାମକୁ ନେଇ ଚିନ୍ତା କରୁନୁ । ମୋଦି ହିମାଚରେ ସେଓ ଚାଷ କରୁଥିବା ଲୋକେ ଓ ପର୍ଯ୍ୟଟନରେ କାମ କରୁଥିବା ଲୋକଙ୍କ କ୍ଷତି କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନେ୍ଧ, ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ସହ ବହୁ ନେତା ଏହି ସମୟରେ ରାହୁଲଙ୍କ ସହିତ ଉପସ୍ଥିତ ଥିଲେ । ଏହାପରେ ରାହୁଲ ପାଣ୍ଟୱା ସାହିବ ଗୁରୁଦ୍ୱାର ଯାଇଥିଲେ । 


    

Maximum 500 characters