Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ସୀତାରମଣଙ୍କ ଅରୁଣାଚଳ ଗସ୍ତକୁ ଚୀନ୍ର ବିରୋଧ

Date: Nov 7, 2017    Views: 35


ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅରୁଣାଚଳ ପ୍ରବେଶ ଯାତ୍ରା ନେଇ ଚୀନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚୀନ୍ ପକ୍ଷରୁ ଭାରତକୁ କଡା ଚେତାବନୀ ଦେଇ କୁହାଯାଇଛି ଯେ ଶାନ୍ତି ଦୃଷ୍ଟିରୁ ଏହା ଠିକ୍ ନୁହେଁ । ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚୁନିଙ୍ଗ କହିଛନ୍ତି ଏଠାରେ ଗୋଟେ କଥା ସ୍ପଷ୍ଟ ହେବା ଦରକାର ଯେ ଭାରତ-ଚୀନ ସୀମାର ପୂର୍ବ ଅଂଶକୁ ନେଇ ବିବାଦ ରହିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ସେ ଅଞ୍ଚଳରେ ଶକ୍ତି ବଜାୟ ରଖିବାର ଚେଷ୍ଟା ଦୃଷ୍ଟିରୁ ଅନୁକୂଳ ନୁହେଁ । ଚୀନର ଅଧିକାରୀଙ୍କ କହିବା ଅନୁସାରେ ଆମେ ଆଶା କରୁଛୁ ଯେ ସୀମା ବିବାଦକୁ ନେଇ ଆଲୋଚନା କରିବାକୁ ଅନୁକୂଳ ପରିବେଶ ପ୍ରସ୍ତୁତ କରିବାକୁ ଭାରତୀୟ ପକ୍ଷା ଚୀନ୍ର ଚେଷ୍ଟାକୁ ସହଯୋଗ କରନ୍ତୁ । ମୁଖପାତ୍ରଙ୍କ କହିବା ଅନୁସାରେ ଭାରତୀୟ ପକ୍ଷ ଚୀନ ପକ୍ଷ ସହ କାମ କରିବା ଦରକାର । ଯାହାଫଳରେ ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ହୋଇଯିବ । ଆମକୁ ଆଶା ଅଛି ଯେ ଭାରତ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଚୀନ୍ ସହ କାମ କରିବ । ଏଠାରେ ଉଲ୍ଲେଖନୀୟ ଯେ ଚୀନ୍ ଓ ଭାରତ ଭିତରେ ବାସ୍ତବିକ ନିୟନ୍ତ୍ରଣ ରେଖା ୩,୪୮୮ କିଲୋମିଟର ଲମ୍ବା ରହିଛି । ଚୀନ୍ର କହିବା ଅନୁସାରେ ଅରୁଣାଚଳ ପ୍ରଦେଶ  ଦକ୍ଷିଣ ତିବ୍ଦତର ଅଂଶ । ଯାହାକୁ ନେଇ ଭାରତ ବାରମ୍ବାର ଆପତ୍ତି ପ୍ରକାଶ କରି ଆସୁଛି । ତେବେ ଏହା ଭିତରେ ସୀତାରମଣ ଦୁଇ ଦିନର ଗସ୍ତରେ ଗତ ରବିବାର ଅରୁଣାଚଳରେ ପହଁଞ୍ଚଛନ୍ତି । ଏହି ସମୟରେ ସେ ଅଞ୍ଜା ଜିଲ୍ଲା ବୁଲିଥିବା ବେଳେ ସେନାର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ଅଭୟ କୃଷ୍ଣ ଓ ସେନାର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ।


    

Maximum 500 characters