Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଆମେରିକାର ଟେକସାସ୍ ଚର୍ଚ୍ଚରେ ଗୁଳିକାଣ୍ଡ, ୨୬ ମୃତ

    Share on :
    Date: Nov 7, 2017    Views: 180


     ଟେକସାସ୍: ଆମେରିକାର ଦକ୍ଷିଣ ଟେକସାସ୍ରେ ଥିବା ଏକ ଚର୍ଚ୍ଚରେ ରବିବାର ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ୨୬ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
     ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଗତ ରବିବାର ପ୍ରାର୍ଥନା ସଭା ଚାଲିଥିବା ବେଳେ ଜଣେ ବନ୍ଧୁକଧାରୀ ଚର୍ଚ୍ଚକୁ ପ୍ରବେଶ କରିଥିଲା । କେହି କିଛି ବୁଝିବା ପୂର୍ବରୁ ଆଖିବନ୍ଦ କରି ଗୁଳିଚାଳନା କରିଥିଲା ।  ଏହି ଘଟଣା ପରେ ଆଖ ପାଖ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରୁ ଆହତଙ୍କୁ ପୁଲିସ ଓ ସାମାଜିକ ଅନୁଷ୍ଠାନର କର୍ମୀମାନେ ଉଦ୍ଧାର କରିଥିଲେ । ମୃତୁ୍ୟ ସଂଖ୍ୟା ଆହୁରି ବଢିବାରେ ବୋଲି ପୁଲିସ ସୂଚନା ଦେଇଛି । ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଟ୍ୱିଟ୍ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ସମବେଦନା ଜଣାଇବା ସହିତ କହିଛନ୍ତି ପୀଡିତଙ୍କ ପରିବାରଙ୍କ ପାଇଁ ଆମେ ଇଶ୍ୱରଙ୍କ ପାଖରେ ପାର୍ଥନା କରୁଛୁ । ଟ୍ରମ୍ପ କହିଛନ୍ତି ଜାପାନରେ ଥାଇ ମୁଁ ଘଟଣା ଉପରେ ନଜର ରଖିଛି । ଏଠାରେ ଉଲ୍ଲେଖନୀୟ ଯେ ଗତ ଅକ୍ଟୋବରରେ ଆମେରିକାର ଟେକସାସ୍ ବିଶ୍ୱବିଦ୍ୟାଳୟର ପୁଲିସ ବିଭାଗରେ ଗୁଳିକାଣ୍ଡ ହୋଇଥିଲା । ଏଥରେ ଜଣେ ପୁଲିସ ଅଧିକାରୀଙ୍କ ମୃତୁ୍ୟ ହୋଇଥିଲା । ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook