Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାନାମା ପରେ ପାରାଡାଇଜ୍ ପେପର୍ସ ଲିକ୍: ଅଛି ୭୧୪ ଭାରତୀୟଙ୍କ ନାମ

    Share on :
    Date: Nov 7, 2017    Views: 89


    ନୂଆଦିଲ୍ଲୀ: ପାନାମା ପେପର୍ସ ପରେ କଳାଧନକୁୁ ନେଇ ପାରାଡାଇଜ୍ ପେପର୍ସ ସମ୍ପର୍କରେ ଏକ ବଡ ଧରଣର ଖୁଲାସା ହୋଇଛି । ପାରାଡାଇଜ୍ ପେପର୍ସରେ ସମ୍ପର୍କରେ ଏବେ ୧.୩୪ କୋଟିର ଦସ୍ତାବିଜ ସାମିଲ କରାଯାଇଛି । ଏଥିରେ ଫାର୍ମ ଏବଂ ଠକ କମ୍ପାନୀମାନଙ୍କ ସମ୍ପର୍କରେ ସୂଚନା ଦର୍ଶାଯାଇଛି । ଯେଉଁମାନେ କି ସାରା ବିଶ୍ୱର ଧନୀ ଏବଂ କର୍ପୋରେଟରଙ୍କ କମ୍ପାନୀଙ୍କ ଟଙ୍କାକୁ ବିଦେଶ ପଠାଇବାରେ ସହାୟତା କରୁଥିଲା ।  ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପାରାଡାଇଜ୍ ପେପର୍ସରେ ୧୮୦ ଟି ଦେଶର ଲୋକଙ୍କ ନାଁ ଉଲ୍ଲେଖ ରହିଛି । ଏହା ଭିତରେ ୧୧୮ ଜଣ ବିଦେଶୀଙ୍କ ନାମ ରହିଥିବା ବେଳେ ୭୧୪ ଜଣ ଭାରତୀୟ ନାମ ରହିଛି । ଏଥର ଲିକ୍ ହୋଇଥିବା ଡାଟା ଭିତରେ୧.୩୪  କୋଟିର ଦସ୍ତାବିଜ ରହିଛି । ଏହି ଲିକ୍ରେ ବିଶ୍ୱର ବଡ ବଡ ବ୍ୟକ୍ତି ବିଶେଷ ଯେପରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଜ୍ୱାଇଁ, ଆମେରିକାର ବାଣିଜ୍ୟ ସଚିବ ୱିଲବର ରସ୍ଙ୍କର ଅଂଶ ଧନ ରହିଛି । ଏକ ସମୟରେ ପୁତିନଙ୍କ ଜ୍ୱାଇଁ କିରିଲ ଶାମାଲୋଭ ଏଥିରେ ୨୦% ଅଂଶଧନର ଅଧିକାରୀ ଥିଲେ । କିନ୍ତୁ ଏବେ  ଏଥିରେ ତାଙ୍କର ସ୍ୱଳ୍ପ ଅଂଶଧନ ରହିଛି । ତାଲିକାରେ ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସମେତ ଅନେକ ମନ୍ତ୍ରୀ, କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋଙ୍କ ମୁଖ୍ୟ ଫଡରେଜନରଙ୍କ୍ ସହିତ  ଭାରତୀୟଙ୍କ ଭିତରେ ବଲିଉଡ ଷ୍ଟାର ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା, କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏବଂ କର୍ପୋରେଟ ଲବିଷ୍ଟ ନିରା ରାଡିଆଙ୍କ ନାଁ ରହିଥିବା କଥା କୁହାଯାଉଛି ।  ରେକର୍ଡ ଅନୁସାରେ ଜୁନ୍  ୨୦୦୨ ରେ ବଚ୍ଚନ, ସିଲିକନ୍ ଭ୍ୟାଲିର ନବୀନ ଚଢା ଜଲୱା ମିଡିଆର ସେୟାର ହୋଲ୍ଡର ଥିଲେ । ସେ କମ୍ପାନୀ ୨୦୦୦ ମସିହା ଜୁଲାଇ ୨୦ ତାରିଖରେ ବରମୁଡାଠାରେ ଆରମ୍ଭ ହୋଇ ୨୦୦୫ ରେ ଭାଙ୍ଗଦିଆଯାଇଥିଲା । ଏହି ମାମଲାରେ ବିଜେପିର ନେତାଙ୍କ ସହ କଂଗ୍ରେସ କିଛି ନେତାଙ୍କ ନାମ ମଧ୍ୟ ଜଣାପଡିଛି । ପାରାଡାଇଜ୍ ପେପର୍ସ ମାମଲାରେ ପ୍ରାୟ ଦେଢ ବର୍ଷ ପୂର୍ବରୁ ସନ୍ଧାନରେ ଥିବା ସାମ୍ବାଦିକଙ୍କ ଅନ୍ତଃର୍ଜାତୀୟ ସମୁହ ଦ ଇଣ୍ଟରନ୍ୟାସନାଲ କନର୍ସୋଟିୟମ ଅଫ୍ ଇନଭେଷ୍ଟିଗେସନ୍  ଜର୍ନାଲିଷ୍ଟ(ଆଇସିଆଇଜେ) ପାନାମା ର ଏକ ଆର୍ଥିକ ସଂସ୍ଥା ଠାରୁ କିଛି ପେପର ଲିକ୍ କରିଥିଲା । ଯେଉଁଥିରେ କଳାଧନÿ ରଖିଥିବା ବିଶ୍ୱର ବଡ ବଡ ଲୋକଙ୍କ ନାମ ବିଷୟରେ ଜଣାପଡିଛି ।
    ପାନାମା ପେପର୍ସର  ଅନୁସନ୍ଧାନ ବେଳେ ସାମ୍ବାଦିକଙ୍କ ଏହି ସଂଗଠନ କଳାଧନ ସମ୍ପର୍କୀତ ଆଉ ଏକ ପେପର୍ସ ଲିକ୍ କରିଛନ୍ତି । ଯାହାକୁ ପାରାଡାଇଜ୍ ପେପର୍ସର ନା ଦିଆଯାଇଛି । ପାନାମା ପରେ ପାରାଡାଇଜ୍ ପେପର୍ସ ଲିକ୍ ପରେ ଏହା ସାରା ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସୂଚନାର ଲିକ୍ ବୋଲି କୁହାଯାଉଛି ।  ପାରାଡାଇଜ୍ ପେପରର ଅନୁସନ୍ଧାନରୁ ଜଣାପଡିଛି ଯେ ଏଥିରେ ଅଧିକ ସଂଖ୍ୟକ ନାମ  ଲ ଫାର୍ମ ଏପ୍ଲବି ସହିତ ଜଡିତ । ୧୧୯ ବର୍ଷର ଏହି ପୁରୁଣା ଏପ୍ଲବି କମ୍ପାନୀରେ ଯେଉଁ ବ୍ୟକ୍ତିମାନେ ସଂମୃକ୍ତ ଅଛନ୍ତି ସେମାନେ ନିଜର ଗ୍ରାହକଙ୍କୁ ବିଦେଶରେ କମ୍ପାନୀ ପ୍ରତିଷ୍ଠା କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବାରେ ସହଯୋଗ କରିଥାନ୍ତି ।   ରିପୋର୍ଟ ଅନୁସାରେ ପାରାଡାଇଜ୍ ପେପର୍ସ ସବୁଠାରୁ ପ୍ରଥମେ ଜର୍ମାନର ଏକ ଖବର କାଗଜ ଜିଟାୟଚ ହାତରେ ଲାଗିଥିଲା । ଏହି ଖବର କାଗଜ ବିଶ୍ୱର ଅନ୍ୟ ୯୫ ଟି ଗଣମାଧ୍ୟମକୁ ଲିକ୍ କରିଥିଲା । ଗତ ଏକ ବର୍ଷ ହେବ ୬୭ ଟି ଦେଶର ୩୮୧ ଜଣ ସାମ୍ବାଦିକ ଏହି ପେପର୍ସର ଅଧ୍ୟୟନ କରୁଥିଲେ । ୧୧୯ ବର୍ଷ ତଳର ଏହି କମ୍ପାନୀରେ ଓକିଲ, ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କରଙ୍କ ସହ ଅନ୍ୟମାନେ ମଧ୍ୟ ନେଟୱର୍କର ମେମ୍ବର ରହିଛି ।  ଏହି ନେଟୱାର୍କରେ ସେହି ଲୋକମାନେ ସାମିଲ ହୋଇଛନ୍ତି ଯେଉଁମାନେ ନିଜର  ଗ୍ରାହକଙ୍କ ପାଇଁ ବିଦେଶରେ କମ୍ପାନୀ ସେଟ୍ ଅପ୍ କରିଥାନ୍ତି ଓ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିଥାନ୍ତି । ଏହି ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଦେଶର ଫର୍ମ ଓ ନକଲି କମ୍ପାନୀ ସାହାର୍ଯ୍ୟରେ କଳାଧନ ଏକାଠି ଠୁଳ କରିଛନ୍ତି । ପାରାଡାଇଜ୍ ପେପର୍ସରେ ବିଦେଶର ଫର୍ମ ଓ ଠକ୍ କମ୍ପାନୀ ବିଷୟରେ ଅବଗତ କରାଯାଇଛି । ଯାହାକି ବିତ୍ତଶାଳୀଙ୍କୁ ଧନକୁ ବିଦେଶରେ ରଖିଥାଏ । ଆଇସିଆଇକେର ୯୦ ଟି ମିଡିଆ ପ୍ରତିଷ୍ଠାନ ଦ୍ୱାରା ୧୯ ଟି ଦେଶରୁ ତଥ୍ୟ ହାସଲ କରି ରିପୋର୍ଟ ପ୍ରସ୍ତୁତ ହୋଇଛି । ପାନାମା ପେପର୍ସ ଲିକ୍ର ୧୮ମାସ ପରେ ପାରାଡାଇଇସ୍ ପେପର୍ସ ଲିକ୍  କଳାଧନକୁୁ ବିଦେଶରେ କିଭଳି ବିନିଯୋଗ କରାଯାଇଥାଏ ତାହା ମନେ ପକାଇ ଦେଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook