Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ବିଶ୍ୱ ମହିଳା ହକି ମାନ୍ୟତା: ଟପ୍-୧୦ରେ ଭାରତ

Date: Nov 7, 2017    Views: 16


ନୂଆଦିଲ୍ଲୀ: ଏସିଆ କପ୍ ଟାଇଟଲ ସଫଳତା ପରେ ଭାରତୀୟ ମହିଳା ହକି ଦଳ ଆଉଏକ ସଫଳତା ଲାଭ କରିଛି । ଭାରତ ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ ହକି ଫେଡେରେସନ୍ (ଏଫ୍ଆଇଏଚ୍) ମାନ୍ୟତାରେ ଟପ୍-୧୦ରେ ସ୍ଥାନ ପାଇଛି । ଏସିଆ କପ୍ ଟ୍ରଫି ଜିତି ଭାରତ ୨ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନ ଅଧିକାର କରିଛି । ସଦ୍ୟଶେଷ ଏସିଆ କପ୍ରେ ଭାରତୀୟ ମହିଳା ଦଳ ଦମ୍ଦବାର ପ୍ରଦର୍ଶନ କରିଥିଲା । ଫାଇନାଲ୍ରେ ଭାରତ ଶକ୍ତିଶାଳୀ ଚୀନକୁ ମାତ୍ ଦେଇ ଦ୍ୱିତୀୟଥର ପାଇଁ ଏସୀୟ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲା । ଅନ୍ୟପକ୍ଷରେ ବିଶ୍ୱ ମାନ୍ୟତାରେ ୟୁରୋପିଆନ୍ ଚାମ୍ପିଅନ୍ ନେଦରଲାଣ୍ଡ ଏନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଇଂଲଣ୍ଡ ଦ୍ୱିତୀୟ, ଆର୍ଜେଣ୍ଟିନା ତୃତୀୟ, ଅଷ୍ଟ୍ରେଲିଆ ଚତୁର୍ଥ, ନୁ୍ୟଜିଲାଣ୍ଡ ପଞ୍ଚମ, ଜର୍ମାନୀ ଷଷ୍ଠ, ଆମେରିକା ସପ୍ତମ ସ୍ଥାନ ଲାଭ କରିଛି ।


    

Maximum 500 characters