Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ମହିଳା ଏସିଆ କପ୍ ଚାମ୍ପିଅନ୍ ଦଳକୁ ହକି ଇଣ୍ଡିଆର ପୁରସ୍କାର

Date: Nov 7, 2017    Views: 20


ନୂଆଦିଲ୍ଲୀ: ହକି ଇଣ୍ଡିଆ ସୋମବାର ମହିଳା ଏସିଆ କପ୍ ହକି ଚାମ୍ପିଅନ୍ ଭାରତୀୟ ଦଳକୁ ପୁରସ୍କୃତ କରିବାକୁ ଘୋଷଣା କରିଛି । ହକି ଇଣ୍ଡିଆର ସାଧାରଣ ସମ୍ପାଦକ ମୁସ୍ତାକ ଅହମ୍ମଦ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଶ୍ରୀ ଅହମ୍ମଦ କହିଛନ୍ତି, ଏସିଆ କପ୍ ଚାମ୍ପିଅନ୍ ଦଳର ସମସ୍ତ ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କୃତ କରାଯିବ । ସେହିପରି କୋଚ୍ ହରେନ୍ଦ୍ର ସିଂହଙ୍କୁ ୧ ଲକ୍ଷ ଏବଂ ସହକାରୀ ଅଫିସିଆଲ୍ଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯିବ । ସଦ୍ୟଶେଷ ଏସିଆ କପ୍ରେ ଭାରତୀୟ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଏପରିକି ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା । ଟାଇଟଲ ସଫଳତା ସହ ଭାରତ ଆଗାମୀ ହକି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛି । ଯାହାକି ଦେଶ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଜାପାନରେ ଆୟୋଜିତ ହୋଇଥିବା ଏସିଆ କପ୍ ହକି ଚାମ୍ପିଅନସିପ୍ର ଫାଇନାଲ୍ରେ ଭାରତ ୫-୪ ଟାଇବ୍ରେକର ଗୋଲ୍ରେ ଚୀନକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଦୀର୍ଘ ୧୩ ବର୍ଷ ପରେ ମହିଳା ଦଳ ଏସୀୟ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଥିଲେ । ପୂର୍ବରୁ ଭାରତ ୨୦୦୪ରେ ଏସିଆ କପ୍ ଟ୍ରଫି ଜିତିଥିଲ ।


    

Maximum 500 characters