Feb 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କେ. ରବିକୁମାରଙ୍କୁ ସମ୍ବର୍ଦ୍ଧନା

    Date: Nov 7, 2017    Views: 115


     ବ୍ରହ୍ମପୁର: ପୁନେସ୍ଥ ଷ୍ଟେଟ ରିଜର୍ଭ ପୋଲିସ୍ ଫୋର୍ସ ପରିସରରେ ଅନୁଷ୍ଠିତ ହୋଇଥିବା ୬୬ତମ ସର୍ବଭାରତୀୟ ପୋଲିସ୍ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଂଜାମର ଭାରୋତ୍ତୋଳକ ତଥା ଡ଼ିଏସ୍ପି କେ. ରବି କୁମାର ୭୭ କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଯୋଗୁଁ ଗଂଜାମ ଜିଲାରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତା ନେଇ ଆଜି କେ. ରବି କୁମାରଙ୍କୁ ଭୁବନେଶ୍ୱରରେ ପୋଲିସ୍ ଡ଼ିଜି ଡ଼. ରାଜେନ୍ଦ୍ର କୁମାର ଶର୍ମା ସମ୍ବର୍ଦ୍ଧିତ କରିଛନ୍ତି । ଡ଼ିଏସ୍ପି କେ. ରବି କୁମାର ସ୍ନାଚ୍ରେ ୧୩୦ କେଜି ଓ କ୍ଲିନ୍ ଆଣ୍ଡ ଜର୍କରେ ୧୬୦ କେଜି ଏଭଳି ମୋଟ ୨୯୦ କେଜି ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଏହା ପୋଲିସ୍ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ତାଙ୍କୁ ଏପରି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଇଜି ଅମିତାଭ ଠାକୁରଙ୍କ ସମେତ ବହୁ ପୁଲିସ୍ ପଦାଧିକାରୀ ଉପସ୍ଥିତ ଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook