Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ଚାଷୀ ବୃନ୍ଦାକୁ ଆତ୍ମହତ୍ୟା ପାଇଁ ଉସକାଇଛି ବିଜେପି: ଶ୍ରମମନ୍ତ୍ରୀ

Date: Nov 7, 2017    Views: 28


 ଭୁବନେଶ୍ୱର: ଚକଡ଼ା ପୋକ ଲାଗି ଫସଲହାନୀ ପରେ ଚାଷୀ ବୃନ୍ଦାବନ ଆତ୍ମହତ୍ୟା ଘଟଣା ପାଇଁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପରୋକ୍ଷରେ ବିଜେପିକୁ ଦାୟୀ କରିଛନ୍ତି  । ଏ ସଂକ୍ରାନ୍ତରେ ସୁଶାନ୍ତ ଗଣମାଧ୍ୟମ ଆଗରେ ଦୁଇଟି ଭିଡ଼ିଓକୁ ଉପସ୍ଥାପନ କରିଛନ୍ତି  । ଅପରପକ୍ଷରେ ବିଜେପିକୁ ବଦନାମ କରିବାକୁ ବିଜେଡ଼ି ଅପଚେଷ୍ଟା କରୁଛି ବୋଲି  ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି  ।
ମନ୍ତ୍ରୀ ସୁଶାନ୍ତ ସିଂ ମୃତ ଚାଷୀ ବୃନ୍ଦାଙ୍କ ଆତ୍ମହତ୍ୟା ପୂର୍ବରୁ ହୋଇଥିବା ଦୁଇଟି ଭିଡ଼ିଓ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ  । ସେ କହିଥିଲେ ଯେ, ଚକଡ଼ା ପୋକ ଯୋଗୁଁ ·ଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ·ଷୀଙ୍କ ଦୁଃଖ ବୁଝିବା କଥା  । ମାତ୍ର ରାଜ୍ୟର ଏକ ର୍ନିଦ୍ଧିଷ୍ଟ ଦଳର କର୍ମୀମାନେ  ଆତ୍ମହତ୍ୟା କରିଥିବା ·ଷୀ ବୃନ୍ଦାବନ ସାହୁଙ୍କୁ କ୍ଷେତରେ ନିଆଁ ଲଗାଇବା ପାଇଁ ତାଙ୍କୁ ଉସୁକାଇ ଥିଲେ  । ଏପରିକି ବୃନ୍ଦାଙ୍କୁ ଆତ୍ମହତ୍ୟା କରିବାକୁ ମଧ୍ୟ ଉସୁକାଇ ଥିଲେ  । ଯାହାର ଭିଡ଼ିଓ ତାଙ୍କ ପାଖରେ ରହିଥିବା ସୁଶାନ୍ତ କହିଥିଲେ ।
ସୁଶାନ୍ତ କହିଛନ୍ତି ଯେ, ବରଗଡ ଜିଲ୍ଲାରେ ମରୁଡ଼ି ସ୍ଥିତି ଭୟଙ୍କର ରହିଛି  । ଏହାଛଡ଼ା ଜଳସେଚିତ ଅଞ୍ଚଳରେ ଚକଡ଼ା ପୋକ ଲାଗିଥିବାରୁ ସ୍ଥିତି ଆହୁରି ଦୟନୀୟ ହୋଇଯାଇଛି  । ଏହାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇଛନ୍ତି  । ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଉଛନ୍ତି  । ଚକଡ଼ା ପୋକ ଯୋଗୁ ·ଷ କ୍ଷତି ହୋଇଛି ସତ, କିନ୍ତୁ ଏଥିରେ ହତାସ ନହୋଇ ଚାଷୀ ଧର୍ଯ୍ୟ ଧରନ୍ତୁ  । କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ସେମାନଙ୍କୁ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି  । ଏଭଳି ସମୟରେ ହୀନ ରାଜନୈତିକ ଉଦେ୍ଧଶ୍ୟ ରଖି ଚାଷୀଙ୍କୁ ଆତ୍ମହତ୍ୟା ଓ ଫସଲ ପୋଡ଼ିବା ପାଇଁ ଉସୁକାଇବା ଠିକ୍ ନୁହେଁ  ।
ତେଣେ ବିଜେପିକୁ ବଦନାମ କରିବାକୁ ଏହା ଏକ ଅପଚେଷ୍ଟା ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି  । ଏ ପ୍ରସଙ୍ଗରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଭିଯୋଗ  ନିରାଧାର  । ଭିଡ଼ିଓ ପ୍ରସ୍ତୁତି ପଛରେ ବିଜେଡିର ହାତ ରହିଛି  । ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ଚେଷ୍ଟା କରୁଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି  ।


    

Maximum 500 characters