Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଗୋରଖପୁରରେ ୪ ଦିନରେ ୫୮ ଶିଶୁଙ୍କ ପ୍ରାଣହାନୀ

Date: Nov 7, 2017    Views: 14


 ଗୋରଖପୁର : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ସହର ଗୋରଖପୁରରେ ପୁଣି ଘଟିଛି ଶିଶୁ ମଡ଼କ । ବାବା ରାଘବ ଦାସ ମେଡିକାଲ କଲେଜରେ ନଭେମ୍ବର ୧ ତାରିଖରୁ ୪ ତାରିଖ ମଧ୍ୟରେ ୫୮ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଏହା ପ୍ରକାଶ କରିଛନ୍ତି ଏହି ମେଡିକାଲ କଲେଜର ପ୍ରଫେସର ଡକ୍ଟର ଡିକେ ଶ୍ରୀବାସ୍ତବ । ମୃତ ଶିଶୁଙ୍କ ମଧ୍ୟରୁ ୩୨ ଜଣଙ୍କ ବୟସ ଏକ ମାସରୁ କମ ଓ ୨୬ ଜଣଙ୍କ ବୟସ ଏକ ମାସରୁ ଅଧିକ ।
ଅଗଷ୍ଟ ମାସରେ ଗୋଟିଏ ସପ୍ତାହରେ ଏହି ମେଡିକାଲ କଲେଜରେ ୬୦ ଜଣ ଶିଶୁଙ୍କର ମୃତୁ୍ୟ ହୋଇଥିଲା । ଅମ୍ଳଯାନ ଯୋଗାଣ ବନ୍ଦ କରିଦିଆଯିବାରୁ ଏହି ଶିଶୁମାନଙ୍କର ମୃତୁ୍ୟ ଘଟିଥିଲା ବୋଲି ଜଣାପଡ଼ିଥିଲା । ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱର ନଜରକୁ ଆସିଥିଲା । ଚଳିତ ବର୍ଷ ଏଯାବତ ଏହି ମେଡିକାଲ କଲେଜରେ ୧୩୧୭ ଶିଶୁଙ୍କର ମୃତୁ୍ୟ ଘଟିଲାଣି ।
ହସପିଟାଲ ରେକଡର଼୍ରୁ ଜଣାପଡ଼ିଛି ଯେ ବାବା ରାଘବ ଦାସ ମେଡିକାଲ କଲେଜରେ ଚଳିତ ବର୍ଷ ଜାନୁଆରୀରେ ୧୫୨, ଫେବୃଆରୀରେ ୧୨୨, ମାର୍ଚ୍ଚରେ ୧୫୯, ଏପ୍ରିଲରେ ୧୨୩, ମେ’ରେ ୧୩୯, ଜୁନରେ ୧୩୭, ଜୁଲାଇରେ ୧୨୮ ଓ ଅଗଷ୍ଟରେ ୩୨୫ ଜଣ ଶିଶୁଙ୍କର ମୃତୁ୍ୟ ହୋଇଥିଲା । ଆକୁ୍ୟ ଏନ୍ସେଫାଲିଟିସ ବା ଏଇଏସ ଓ ଜାପାନୀଜ ଏନ୍ସେଫାଲିଟିସ ବା ଜେଇ ପରି ରୋଗରେ ଏହିସବୁ ଶିଶୁ ଆକ୍ରାନ୍ତ ଥିବା କୁହାଯାଉଛି । ଉତ୍ତର ପ୍ରଦେଶର ଗୋରଖପୁର, ମହାରାଜଗଂଜ, କୁଶିନଗର, ବସ୍ତି, ସିଦ୍ଧାର୍ଥନଗର, ସନ୍ତ କବୀର ନଗର, ଦେଓରିଆ ଏବଂ ମାଉ ଆଦି ଜିଲ୍ଲାରେ ଏହି ଦୁଇଟି ରୋଗରେ ପ୍ରତିବର୍ଷ ଶହଶହ ଶିଶୁ ପ୍ରାଣ ହରାଉଛନ୍ତି ।
ସରକାରୀ ରେକଡର଼୍ ଅନୁସାରେ ୨୦୧୦ରେ ଉତ୍ତର ପ୍ରଦେଶରେ ୪୯୪ ଜଣ ଏଇଏସରେ ପ୍ରାଣ ହରାଇଥିଲାବେଳେ ଜେଇରେ ୫୯ ଜଣଙ୍କର ପ୍ରାଣହାନୀ ଘଟିଥିଲା । ସେହିପରି ୨୦୧୧ରେ ଏଇଏସରେ ୫୭୯ ଜଣ ଓ ଜେଇରେ ୨୭ ଜଣଙ୍କର ଜୀବନ ଯାଇଥିଲା । ୨୦୧୨ରେ ଏହି ମୃତୁସଂଖ୍ୟା ଯଥାକ୍ରମେ ଥିଲା ୫୫୭ ଓ ୨୩ । ୨୦୧୩ରେ ଏହି ସଂଖ୍ୟା ଥିଲା ଯଥାକ୍ରମେ ୬୦୯ ଓ ୪୭ । ୨୦୧୪ରେ ୩ ଓ ୩୪, ୨୦୧୫ରେ ୪୭୯ ଓ ୩୪ ଏବଂ ୨୦୧୬ରେ ୬୨୧ ଓ ୭୩ ଜଣଙ୍କର ଏଇଏସ ଓ ଜେଇରେ ପ୍ରାଣ ହରାଇଥିଲେ ।


    

Maximum 500 characters