Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଷ୍ଣୁଙ୍କ ସହ କଥା ହେଲେନି ନବୀନ

Date: Nov 6, 2017    Views: 44


ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାକରିପାରିଲେନି ବିଜେଡି ଦଳିତ ସେଲର ଆବାହକ ବିଷ୍ଣୁଦାସ । ଆଜି ସକାଳେ ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ  ।  କିନ୍ତୁ ତାଙ୍କୁ ଭେଟିପାରିନଥିଲେ  । ଏ ନେଇ ବିଷ୍ଣୁ ଦାସ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମବ୍ରାଂଚ ଦାବି କରିଥାନ୍ତି  । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲିନି  । ବିଷ୍ଣୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିଲେ, ତାଙ୍କର ଆସିବା ବିଳମ୍ବ ହେଲା  । ତେବେ ଏହା ପ୍ରକୃତ କାରଣ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି  ।
ଗତ ଶୁକ୍ରବାର ଦିନ ବିଜେଡି ଦଳିତ ସେଲର ମୁଖ୍ୟ ବିଷ୍ଣୁଦାସ ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସଓଜି ଜବାନମାନଙ୍କ ଦ୍ୱାରା ହିଁ ଘଟିଛି ବୋଲି କହିଥିଲେ  ।  ନିକଟରେ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଇଥିବା ଆମର କମିଟି ଏହା ହୃଦବୋଧ କରିଛନ୍ତି  ।  ବିଜେଡିର ବରିଷ୍ଠ ନେତା ତଥା ଦଳିତ ସେଲର ଆବାହକ ବିଷ୍ଣୁ ଦାସଙ୍କ ଏହି ଦୁଇ ଧାଡ଼ି କଥା ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଚର୍ଚ୍ଚାକୁ ନେଇଆସିଥିଲା  ।  ଏହା ସହ ରାଜ୍ୟ ସରକାର ମଧ୍ୟ ଅକଳରେ ପଡ଼ିଯାଇଥିଲେ  । କାରଣ ମାଓ ଦମନ ପାଇଁ କାର୍ଯ୍ୟ କରୁଥିବା ଏସଓଜି ରାଜ୍ୟ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଛି  ।  ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ତେବେ ଗୃହ ବିଭାଗକୁ ଟାର୍ଗେଟ କରିବା ବିଷ୍ଣୁଙ୍କ ମହଙ୍ଗା ପଡିଲା କି ? ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


    

Maximum 500 characters