Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଚକଡ଼ା ନେଇ ଚାଷୀଙ୍କୁ କରାଯିବ ସଚେତନ, ୨୨ ଜିଲାପାଳଙ୍କୁ କୃଷି ବିଭାଗର ଚିଠି

Date: Nov 6, 2017    Views: 29


ଭୁବନେଶ୍ୱର: ଆଠଟି ଜିଲ୍ଲାରେ ଚକଡ଼ା ପୋକର ପ୍ରାଦୁର୍ଭାବ ପରେ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି ।  ଚକଡ଼ା ବା ମାଟିଆଗୁଣ୍ଡି ପୋକ ପରି·ଳନା ନେଇ ·ଷୀମାନଙ୍କୁ ସଚେତନ କରାଇବାକୁ ୨୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି କୃଷି ବିଭାଗ ।  ଏହି ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ୟ ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୃଷି ସଚିବ ଚିଠି ଲେଖିଛନ୍ତି ।
ଏଥିରେ ଚକଡ଼ା ପୋକ ପରି·ଳନା ନେଇ ସ୍ଥାନୀୟ ରେଡିଓ ଓ ଖବରକାଗଜରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ।  ଏଥିସହ  ·ଷୀମାନଙ୍କୁ ପରାମର୍ଶ ନେବା ପାଇଁ କିଷାନ୍ କଲ୍ ସେଣ୍ଟରକୁ ଫୋନ୍ କରିବା ସମ୍ପର୍କରେ  ସଚେତନ କରିବାକୁ କୁହାଯାଇଛି । ·ଷୀମାନଙ୍କୁ  ଏ ସମ୍ପର୍କିତ ଲିଫଲେ୍ ବାଣ୍ଟିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲା କିମ୍ବା ବ୍ଲକ୍ ସ୍ତରରେ ନୋଡ଼ାଲ ଅଫିସର୍ ନିଯୁକ୍ତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସମଗ୍ର ଜିଲ୍ଲାରେ ବିଭାଗୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ୱଂୟ ସହାୟକ ଗୋଷ୍ଠୀ, ଫାର୍ମର୍ସ କ୍ଲବ୍ ଓ ଅନ୍ୟ ଗାଁ ସ୍ତରୀୟ ଅନୁଷ୍ଠାନକୁ ନେଇ ·ଷୀମାନଙ୍କ ବୈଠକ କରିବାକୁ ମଧ୍ୟ ଚିଠିରେ କୁହାଯାଇଛି । ଏ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।


    

Maximum 500 characters