Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ଚାଷୀଙ୍କ କଟା ଘା’ରେ ଆଉ ଚୂନ ମାରନି: ଧର୍ମେନ୍ଦ୍ର

Date: Nov 6, 2017    Views: 31


ଅନୁଗୁଳ:  ରାଜ୍ୟରେ ଚଳିତ ବର୍ଷ ମରୁଡ଼ି ସାଙ୍ଗକୁ ଚକଡ଼ା ପୋକ ଚାଷୀ କୁଳର ଚିନ୍ତା ବଢ଼ାଇ ଦେଇଛି । ଏହାକୁ ନେଇ କେଉଁଠି ଚାଷୀ ଧାନ କ୍ଷେତରେ ନିଅାଁ ଲଗାଉଛି ତ, କେଉଁଠି କ୍ଷେତ୍ରରେ ନିଆଁ ଲଗାଇ ବିଷ ପିଇ ଆତ୍ମହତ୍ୟା କଲା ଭଳି ଚରମ ପଦକ୍ଷେପ ନେଉଛି । ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ଆତ୍ମହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି । ଅନୁଗୁଳରେ ଏକ ସାଂସ୍କୃକତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନଧିଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କାହାର ନାଁ ନ ନେଇ କହିଛନ୍ତି, ଓଡ଼ିଶାରେ ଚାଷୀକୁଳ ଏବେ ଚିନ୍ତାରେ । ଚାଷ କ୍ଷତି ଓ ପୋକ ଲାଗିବା କଷ୍ଟରେ ହତାଶ ହୋଇ ଚାଷୀ ଆତ୍ମହତ୍ୟା ଭଳି ଅନ୍ତିମ ପଦକ୍ଷେପ ନେଉଛି । ଏଭଳି ଚିନ୍ତାଜନକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆଉ ଚାଷୀଙ୍କ କଟା ଘା’ରେ ଚୂନ ଦିଅନ୍ତୁ ନାହିଁ । ଦାୟିତ୍ୱବାନ୍ ହୋଇ ଦାୟିତ୍ୱସଂପନ୍ନ ବ୍ୟକ୍ତି ଭାବେ ମନ୍ତବ୍ୟ ଦିଅନ୍ତୁ । ଅମାନବୀୟ ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ । ଓଡ଼ିଶାରେ ଚାଷ ଉଜୁଡ଼ି ଯାଇଛି । ସରକାର ବାହାଘର ବେଳେ ବାଇଗଣ ରୁଆ ନୀତି ଅବଲମ୍ବନ ନକରି ଠିକଣା ସମୟରେ ଉଚିତ୍ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ସରକାରଙ୍କୁ ପରମର୍ଶ ଦେଇଛନ୍ତି ।


    

Maximum 500 characters