Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ୱେରେ ଦୁର୍ଘଟଣା, ୬ ମୃତ

Date: Nov 6, 2017    Views: 19


 ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ସୌରିଖ ଅନ୍ତର୍ଗତ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏକ ଡିଭାଇଡରରେ କାରଟି ପିଟିହେବାର କିଛି ସମୟ ପରେ କାର ଭିତରେ ନିଆଁ ଲାଗି ଯାଇଥିଲା । ପୁଲିସ ସୂଚନା ଅନୁସାରେ କାରଟି ଦିଲ୍ଲୀ ଅଭିମୁଖେ ଯାଉଥିଲା । ଡ୍ରାଇଭର ଷ୍ଟିୟରିଂ ଉପରୁ ଭାରସାମ୍ୟ ହରାଇବାକୁ ଏକ ଡିଭାଇଡରରେ ଯାଇ ପିଟି ହୋଇ କାରଟି ଓଲଟି ଯାଇଥିଲା । ଏହି ପରିବାରଟି ବିହାରର ସିଭାନ ଜିଲ୍ଲାର ମୂଳ ବାସିନ୍ଦା । ଛଟ ପୂଜା  ସାରି ସମସ୍ତେ ଦିଲ୍ଲୀରେ ଥିବା ନିଜ ଘରକୁ ଫେରୁଥିଲେ । ମୃତକଙ୍କ ଭିତରେ ବିନୟ ସିଂହ, ଅଭୟ ସିଂହ ଓ ସୋମନାଥ ନାମକ ବ୍ୟକ୍ତିଙ୍କ ଶବ ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ଏକ ଅଢେଇ ବର୍ଷ ଓ ଜଣେ ୧୫ ବର୍ଷର ପିଲା ସହିତ ଜଣେ ମହିଳା ମଧ୍ୟ ଅଛନ୍ତି । ଅଭୟ ସିଂହ ଦିଲ୍ଲୀର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରୁଥିଲେ ତାଙ୍କର ପୁରା ପରିବାର ବିହାରରେ ଥିବା ନିଜ ଘରକୁ ଯାଇଥିଲେ । ଗତ ଶନିବାର ସେମାନେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ତେବେ ରବିବାର ଭୋର ପ୍ରାୟ ୩ ଟା ବେଳେ କନୌଜ ଆଗ୍ରା ଏକ୍ସପ୍ରେସ ୱେ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୁଲିସ କହିଛି ଅଭୟଙ୍କ ଭାଇ ଗାଡି ଚଲାଉଥିବା ବେଳେ ତାଙ୍କୁ ହାଲକା ନିଦ ହୋଇଯାଇଥିଲା । ଯାହାଫଳରେ କାରଟି ଦୁର୍ଘଟଣାର ଶିକାର ହୋଇଥିଲା ।


    

Maximum 500 characters