Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

୯୦ ଟି ଦୀପ ଜାଳି ଜନ୍ମଦିନ ପାଳିଲେ ଆଡଭାନୀ

Date: Nov 6, 2017    Views: 21


 ବାରଣାସୀ: ଦେବ ଦୀପାବଳୀ ଅବସରରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଶନିବାର ଧର୍ମ ନଗରୀ କାଶୀ ପହଁଞ୍ଚିଥିଲେ । ଏହି ଅବସରରେ ତାଙ୍କ ସହ ଝିଅ ପ୍ରତିମା ଥିଲେ । କାଶୀର ଖିଡାକିଆ ଘାଟରେ ପହଁଞ୍ଚି ବିଜେପିର  ବରିଷ୍ଠ ଆଡଭାନୀ ଦେବ ଦୀପାବଳି ଉତ୍ସବ ପାଳନ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ଆଡଭାନୀଙ୍କ ଜନ୍ମଦିନ ୮ ନଭେମ୍ବର ୧୯୨୭ରେ ହୋଇଥିଲା । ତେବେ ୪ ଦିନ ପୂର୍ବରୁ ଆଡଭାନୀ କିଛି ଭିନ୍ନ ଭାବରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଆଡଭାନୀ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଦୀ ଘାଟରେ ୯୦ ଟି ଦୀପ ପ୍ରଜ୍ୱଳିତ କରି ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଦେଶର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀଙ୍କ ଝିଅ ପ୍ରତିଭା ଗଣମାଧ୍ୟମକୁ କହିଛନ୍ତି ଏହା ଆମ ପାଇଁ ସୌଭାଗ୍ୟର କଥା ଯେ ଦେବ ଦୀପାବଳିରେ କାଶୀ ଆସିବାର ସୁଯୋଗ ମିଳି୍ଥିଲା । ଏଠାରେ ଉଳ୍ଲେଖନୀୟ ଯେ ବାରଣାସୀରେ ଦେବ ଦୀପାବଳି ଦେଖିବାକୁ ଗତ ଶନିବାର ୨ ଳକ୍ଷରୁ ଅଧିକ ଲୋକଙ୍କ ଭିଡ ଲାଗି ରହିଥିଲା । କାଶୀ ନଗରିରେ ଦେବ ଦୀପାବଳିର ସନ୍ଧ୍ୟାରେ ରାଜେନ୍ଦ୍ର ପ୍ରସାଦ, ଅହଲ୍ୟା ବାଇ ଓ ମାନମନ୍ଦିର ଘାଟରେ ଲକ୍ଷ ଲଧ ଶ୍ରଦ୍ଧାଳୁଙ୍କର ଭିଡ ଦେଖଇବାକୁ ମିଳିଥିଲା ।

 


    

Maximum 500 characters