Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଏବେ କେହି ଦେଶର ଗରିବଙ୍କ ହକ୍ ଛଡାଇ ପାରିବେନିିି: ମୋଦି

Date: Nov 6, 2017    Views: 28


 ଉନ୍ନା: ହିମାଚଳ ପ୍ରଦେଶର ଉନ୍ନାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ୨୦ ବର୍ଷ ହେବ ଏଭଳି ଗୋଟେ ବି ନିର୍ବାଚନ ହୋଇନି ଯେବେ ମୁଁ ହିମାଚଳ ପ୍ରଦେଶ ନଆସିଛି । କିନ୍ତୁ ମୁଁ ଏବେ ପ୍ରଥମ ଥର ପାଇଁ ଏଭଳି ନିର୍ବାଚନ ହୋଇଥିବାର ଦେଖିନି । ଏଥର ହିମାଚଳରେ କେବଳ ବିଜେପି ହିଁ ଆସିବ । କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଦୁର୍ନୀତି, ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳାଙ୍କ ସୁରକ୍ଷା ବିରାଧରେ ଏବେ ଲୋକମାନେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏଥର ହିମାଚଳ ନିର୍ବାଚନରେ କୌଣସି ଦଳ କିମ୍ବା ନେତା ନୁହେଁ ହିମଚଳର ଜନତା ଲଢୁଛନ୍ତି । କଂଗ୍ରେସ ଶାସନରୁ ଶିକ୍ଷା ପାଖିବା ପରେ ରାଜ୍ୟବାସୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଲଭଳି ଏକତରଫା ନିର୍ବାଚନ କେବେ ବି ହୋଇନି ଯାହା ଏଥର ଦେଖିବାକୁ ମିଳୁଛି । ଆଉ ଏବେ କେହି ଦେଶର ଗରିବଙ୍କ ହକ୍ ଛଡାଇ ପାରିବେନି ।
 ମୋଦି କହିଛନ୍ତି ପୂର୍ବରୁ ଏକ ପାଖିଆ  ନିର୍ବାଚନର ଦୃଷ୍ଟାନ୍ତ ନଥିଲେ କିନ୍ତୁ ଏଥର ନିର୍ବାଚନ ବିଜେପି ସପକ୍ଷରେ ହେବାକୁ ଯାଉଛି ।   ଦେଶ ସ୍ୱାଧୀନ ହେବାପରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ କଂଗ୍ରେସ ଦେଶ ଚଳାଇଛି । ୫୭ ହଜାର କୋଟି  ଟଙ୍କା ମଧ୍ୟସ୍ଥିଙ୍କ ଠାରୁ ଛଡାଇ ନିଆଯାଇଛି । ମୋଦି କହିଛନ୍ତି ଦେଶର ଜନତାଙ୍କ ହକ୍ ଆଉ କେହି ଛଡାଇ ନେଇ ପାରିବେ ନାହିଁ ।  ନିଜର ହକ୍ ଚାହାଁନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱଗର୍ତ ରାଜୀବ ଗାନ୍ଧିଙ୍କ କଥା କହି ମୋଦି ଏକଛତ୍ରବାଦ ଶାସନ ବିରୋଧରେ କଟାକ୍ଷ କରିଛନ୍ତି । ଆମ ସରକାର ସାଧାରଣ ଲୋକଙ୍କ ୃଆଶାକୁ ପୂରଣ କରିବାର ରାସ୍ତା ଜୁଟାଇଛନ୍ତି । ସେ କହିଛନ୍ତି ପ୍ରଥମ ଯୋଜନାର ଘୋଷଣା କରାଯାଇଛି । ବଜେଟ୍ ଆବଣ୍ଟନ ହେଉଥିଲା କିନ୍ତୁ କାମ ଆରମ୍ଭ କରାଯାଉଥିଲା । କିନ୍ତୁ ଏବେ ସରକାର କାମ ପୂର୍ବରୁ ଆରମ୍ଭ କରିଦେଇଛନ୍ତି । ଜିଏସ୍ଟି ନେଇ ମୋଦି କହିଥିଲେ ବ୍ୟବସାୟୀଙ୍କ ଯାହାବି ସମସ୍ୟା ଥିଲା ତାକୁ କାଉନସେଲିଂ କରି ଦୂର କରିଦିଆଯାଇଛି । ବାକି ଯେଉଁ ସମସ୍ୟା ରହିଛି ତାହା ରାଜ୍ୟ ବିରୋଧୀ ହେବାକୁ ଦିଆଯିବନି ।  ମୋଦି କହିଛନ୍ତି -୧୦ ତାରିଖରେ ହେବାକୁ ଥିବା ଜିଏସ୍ଟି କାଉନସେଲିଂ ବୈଠକରେ ହୋଇଥିବା ସମସ୍ୟାର ସମାାନ କରାଯିବ । ଏହି ସରକାର ଦେଶର ଭଲ ପାଇଁ ସବୁ ପ୍ରକାର ନିଷ୍ପତ୍ତି ନେବାର ଚେଷ୍ଟା କରୁଛନ୍ତି । ବେନାମୀ ସମ୍ପତ୍ତି ନେଇ ମୋଦି କହିଥିଲେ ଆମର ରୋଗ ପୁରୁଣା ସରକାରଙ୍କ ଠାରୁ ମିଳିଛି । ସେ କହିଛନ୍ତି ବେନାମୀ ସମ୍ପତ୍ତି ଉପରେ ସଂସଦରେ ଚାଲିଥିବା ଆଇନ୍ ପାସ୍ ହେବାପରେ ନିଜର ଫାଇଦା ପାଇଁ ଗତ ସରକାର ୩୦ ବର୍ଷ ପର୍ଯ୍ୟନ୍ତ ଆଇନ୍ ଲାଗୁ କରିନଥିଲେ । ଆମର ସରକାର ଆସିବା ମାତ୍ରେ ଏହି ଆଇନକୁ କଡା ଭାବରେ ଲାଗୁ କରିଛନ୍ତି । ଏବେ ବିରୋଧୀମାନେ ଚିନ୍ତାରେ ଅଛନ୍ତି । ଦେଶରୁ ଲୁଟ୍ ହୋଇଥିବା ଜିନିଷ ଏବେ କେବଳ ଫେରାଇ ଆଣିବାର ସମୟ । ଯଦି କଳାଧନ ଉପରେ ଅଙ୍କୁଶ ଲଗାଯାଇନଥାନ୍ତା ତେବେ ଆତଙ୍କବାଦୀମାନେ ଦିଲ୍ଲୀର ଜେଲରେ ପଡିନଥାନ୍ତେ । ଭାରତୀୟ ଯବାନଙ୍କୁ ଲଗାତାର ପଥରମାଡ ଜାରି ରହିଥାନ୍ତା । ଏସବୁ ଖେଳ ଏବେ ବନ୍ଦ ହୋଇଯାଇଛି ।  ନିର୍ବାଚନୀ ଅପିଲ କରି ମୋଦି କହିଥିଲେ ଆଗାମୀ ୯ ତାରିଖରେ କେବଳ ପଦ୍ମ ଚିହ୍ନରେ ଭୋଟ ଦେଇ ବେଇମାନ ସରକାରକୁ ଦୂର କରି ସ୍ୱାଧୀନତା ପାଆନ୍ତୁୂ ।


    

Maximum 500 characters