Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ବିହାରରେ ଡଙ୍ଗାବୁଡ଼ି ୧୨ ମୃତ

Date: Nov 6, 2017    Views: 25


ପାଟନା :  ବିହାରର ବୈଶାଳୀ ଓ ସମସ୍ତିପୁର ଜିଲ୍ଲାରେ ଦୁଇଟି ନୌକାବୁଡ଼ି ଘଟଣାରେ ୧୨ ଜଣ ଲୋକଙ୍କର ମୃତୁ୍ୟ ହୋଇଯାଇଛି । ମୃତ ଲୋକଙ୍କ ମଧ୍ୟରେ ୫  ଜଣ ଶିଶୁ ଅନ୍ତର୍ଭୁକ୍ତ । ବୈଶାଳୀ ଜିଲ୍ଲାରେ ଗଙ୍ଗାନଦୀରେ ଏହି ଦୁର୍ଘଟଣା ଘଟିଥିବାବେଳେ ସମସ୍ତିପୁରରେ ବାଘମତୀରେ ଡଙ୍ଗା ବୁଡ଼ିଛି । ବୈଶାଳୀ ଫଟୁହା ଥାନାର ମୁଖ୍ୟ ନସିମ ଅହମଦ କହିଛନ୍ତି ଯେ ମସ୍ତାନା ଘାଟରେ ଥିବା ଏକ ପଙ୍କୁଆ କୁଦରେ କିଛି ଲୋକ ପିକ୍ ନିକ୍ କରୁଥିଲେ । ଖେଳୁଥିବା ବେଳେ ପିଲାଟିଏ କୁଦରୁ ତଳକୁ ଖସି ପାଣିରେ ପଡ଼ିଗଲା । ତାହା ଦେଖି ତା’କୁ ଉଦ୍ଧାର କରିବା ପାଇଁ ଅନ୍ୟମାନେ ପାଣିକୁ ଡେଇଁ ପଡ଼ିଲେ । ସମସ୍ତେ ପ୍ରାଣ ହରାଇଛନ୍ତି । ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଏହି ଦୁର୍ଘଟଣାଟି ବୈଶାଳୀ ଜିଲ୍ଲା ରାଘୋପୁର ବ୍ଲକ ଅଂଚଳରେ ଘଟିଛି । ମୃତ ଲୋକଙ୍କ ମଧ୍ୟରେ ୫ ଜଣ ଛୋଟ ଝିଅ ଓ ୪ ଜଣ ପୁରୁଷ ଅଛନ୍ତି । ଏମାନେ ସମସ୍ତେ ଫଟୁହା ଉପଖଣ୍ଡ ଅନ୍ତର୍ଗତ ଦରିଆପୁର ଗାଁର ଲୋକ ।  ସେହିପରି ସମସ୍ତିପୁର ଜିଲ୍ଲାର ମଧୁରପୁର ଧର୍ମପୁର ଘାଟରେ ଛୋଟ ଡଙ୍ଗାଟିଏ ବୁଡ଼ିଯିବା ଫଳରେ ୩ ଜଣ ମହିଳାଙ୍କର ମୃତୁ୍ୟ ହୋଇଯାଇଛି । ଡଙ୍ଗାରେ ୧୨ ଜଣ ଲୋକ ଥିଲେ । ଅନ୍ୟମାନେ ପହଁରି ପହଁରି ଉଦ୍ଧାର ପାଇଯାଇଛନ୍ତି । ଏହି ଲୋକମାନେ ସମସ୍ତେ ଗୋପାଳକ । ସେମାନେ ବାଘମତୀ ନଦୀ ପାର ହୋଇ ଗୋଖାଦ୍ୟ ସଂଗ୍ରହ କରିବାକୁ ଯାଉଥିଲେ ।


    

Maximum 500 characters