Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ସିରିଆ କାର୍ ବୋମା ବିସ୍ଫୋରଣରେ ୭୫ ନିହତ

Date: Nov 6, 2017    Views: 18


ବିରୁଟ : ସିରିଆରେ ପୁଣି ନରସଂହାର କରିଛି ଇସ୍ଲାମିକ ଷ୍ଟେଟ ଆତଙ୍କବାଦୀ ଗୋଷ୍ଠୀ । ଏହି ଗୋଷ୍ଠୀ ଘଟାଇଥିବା ଏକ କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ଅନୁ୍ୟନ ୭୫ ଜଣ ବେସାମରିକ ନାଗରିକ । ପୂର୍ବ ସିରିଆର ଦେର୍ ଏଜୋର ପ୍ରଦେଶରେ ଘଟିଛି ଏହି ସଂହାର ଲୀଳା । ସିରିଆର ଏକ ମାନବାଧିକାର ସଂସ୍ଥା ତରଫରୁ କୁହାଯାଇଛି ଯେ ପୂର୍ବ ସିରିଆର ଦେର୍ ଏଜୋରରେ ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଯୁଦ୍ଧ ଲାଗି ରହିଥିବାବେଳେ ଅନେକ କ୍ଷତିଗ୍ରସ୍ତ ସାଧାରଣ ଲୋକ ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ପଳାଇଛନ୍ତି । ଏଇଭଳି କିଛି ଲୋକ ୟୁଫ୍ରେଟିସ ନଦୀ କୂଳରେ ଅସ୍ଥାୟୀ ଶିବିରରେ ଜୀବନ କାଟୁଛନ୍ତି । ଶନିବାର ସନ୍ଧ୍ୟାରେ କିଛି ବିସ୍ଥାପିତ ଏକଜୁଟ ହୋଇଥିବାବେଳେ ସେଠାରେ ଇସ୍ଲାମିକ ଷ୍ଟେଟ୍ ଗୋଷ୍ଠୀ ତରଫରୁ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଘଟାଯାଇଥିଲା ।  ଏହି ବିସ୍ଫୋରଣରେ ଅନୁ୍ୟନ ୭୫ ଜଣଙ୍କର ମୃତୁ୍ୟ ହେବା ସହିତ ୧୪୦ ଜଣ ଆହତ ହୋଇଥିଲେ ।  ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅକ୍ଟୋବର ୧୨ ତାରିଖରେ ମଧ୍ୟ ହାସାକେ ପ୍ରଦେଶରେ ଏଇଭଳି ଏକ କାର୍ ବୋମା ବିସ୍ଫୋରଣ ଘଟି ୧୮ ଜଣ ନିହତ ହୋଇଥିଲେ । ସେମାନେ ସମସ୍ତେ ମଧ୍ୟ ଯୁଦ୍ଧ ବିସ୍ଥାପିତ ଥିଲେ ।


    

Maximum 500 characters