Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

କୁନ୍ଦୁଲି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

Date: Nov 6, 2017    Views: 32


ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିବା ଦାବିରେ  କଂଗ୍ରେସ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି  । ରାଜ୍ୟପାଳ ଡକ୍ଟର ଏସ୍ ସି ଜମିରଙ୍କୁ ରାଜଭବନ ଠାରେ ସାକ୍ଷାତ କରି କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  । ତେଣେ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଦିଲ୍ଲୀଯାଇ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିବ ବୋଲି ଦଲ ପକ୍ଷରୁ ଘୋଷଣା କରାଯାଇଛି  ।
କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୁଲିସ ଅଦ୍ୟବଧି କାହାକୁ ଗିରଫ କରି ନାହିଁ  । ଏହାର ପ୍ରତିବାଦରେ କଂଗ୍ରେସ ନେତୃବୃନ୍ଦ ରାଜଭବନ ଯାଇ ରାଜ୍ୟପାଳଙ୍କୁ ହସ୍ତକ୍ଷେପ ଲୋଡିଛନ୍ତି  । ତୁରନ୍ତ ଏହି ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି  । ରାଜଭବନରୁ ଫେରିବା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଦାୟିତ୍ୱରେ ଅଛନ୍ତି  । ଅଥଚ ଜଣେ ନାବାଳିକା ଗଣବଳାକ୍ରାରର ଶିକାର ହୋଇଥିବାବେଳେ କୌଣସି ଅପରାଧୀଙ୍କୁ ଧରାଯାଉନାହିଁ  । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଛାଡିଦେବା ଦରକାର  । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଯେହେତୁ ଏହି ଘଟଣାରେ ଏସଓଜି ଯବାନମାନେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି, ତେଣୁ ତାଙ୍କର ସାକ୍ଷ୍ୟ ନିଆଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ପ୍ରସାଦ କହିଛନ୍ତି  । ସେହିପରି ପୂର୍ବତନସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ,  ରାଜ୍ୟ ସରକାରଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ  । ରାଜ୍ୟ ସରକାର ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି  । ତେଣୁ ଖୁବଶୀଘ୍ର କଂଗ୍ରେସ ପ୍ରତିନିଧିଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବ ଏବଂ ସେଠାରେ ଧାରଣାରେ ବସିବ  ।
ପ୍ରକାଶ ଥାଉକି କୁନ୍ଦୁଲି ଗଣବଳାକ୍ରାର ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବାରୁ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନତାତି ସେଲ ପକ୍ଷରୁ ରାଜଭବନ ସମ୍ମୁଖରେ ଗତ ୩ ଦିନ ଧରି ଧାରଣା ଜାରି ରହିଥିଲା । ୩ ଦିନ ଧାରଣା ପରେ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଜ୍ୟ ସରକାରଙ୍କ ବିରୋଧରେ ଫେରାଦ ହୋଇଛନ୍ତି  ।


    

Maximum 500 characters