Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ଚାଷୀଙ୍କ ପାଇଁ ପ୍ରତି ବ୍ଲକରେ ବିଜେପି କରିବ ଆନେ୍ଦାଳନ

Date: Nov 6, 2017    Views: 23


ଭୁବନେଶ୍ୱର:ରାଜ୍ୟରେ ଚାଷୀମଡକ, ରାଜ୍ୟବାସୀଙ୍କୁ ଚକିତ କରିଛି । ଅନ୍ୟ ପଟେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଏବଂ କୃଷିମନ୍ତ୍ରୀଙ୍କ ନିଷ୍ଠୁରତା ଚାଷୀକୂଳର ମନୋବଳକୁ ଧୂଳିସାତ୍ କରିଦେଇଛି । ରାଜ୍ୟରେ ଫସଲହାନୀ ଓ ଋଣ ଭାର ଜନିତ ଚାଷୀ ଆତ୍ମହତ୍ୟା ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ  ଆତ୍ମ ବିଶ୍ୱାସ ବଢାଇବା ବଦଳରେ କଟା ଘାରେ ଚୁନ ଲଗାଇ ଅପମାନିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି  । ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀମାରଣ ନୀତି ଏବଂ ଆଭିମୁଖ୍ୟ ବିରୁଦ୍ଧରେ ଚଳିତ ମାସ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୧୪ ବ୍ଲକରେ କୃଷକ ମୋର୍ଚା ନେୃତୃତ୍ୱରେ ଭାରତୀୟ ଜନତା ପାର୍ଟି କୃଷକର ହକ୍ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି ।
ଶ୍ରୀ ସିଂ ଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ବରଗଡ, କଳାପାଣିର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ପ୍ରଶାସନ ପ୍ରାୟୋଜନରେ ଘଟିଛି  । ବୃନ୍ଦାବନ ପୋକ ଆକ୍ରମଣ ନେଇ ପ୍ରଶାସନ ପାଖରେ ନେହୁରା ହେଲେ  । ଫଳ ନ ମିଳିବାରୁ ପ୍ରତିବାଦ ସ୍ୱରୂପ ଧାନ କିଆରୀରେ ନିଆଁ ଲଗାଇଲେ  । ସମ୍ବେଦନହୀନ ସରକାର କୌଣସି ପଦକ୍ଷେପ ନ ନେବା ପରିସ୍ଥିତିରେ ବିଷ ପିଇ ଆତ୍ମହତ୍ୟା କଲେ । ବୃନ୍ଦାବନଙ୍କ ମୃତୁ୍ୟ ପରେ ରାଜ୍ୟର ଲଜ୍ଜାହୀନ କୃଷି ମନ୍ତ୍ରୀ ସମବେଦନା ଜଣାଇବା ବଦଳରେ ଧମକ ଭରା ସ୍ୱରରେ ପରିବାରକୁ ତାଗିଦ କଲେ । ଧାନ ବିଲ ପୋଡିଥିବା ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାର ଧମକ ମଧ୍ୟ ଦେଲେ ବୋଲି ସେ ଅଭିଯୋଗ କରିଛନ୍ତି  ।
ରାଜ୍ୟ ସ୍ତରୀୟ ବୈଷୟିକ କମିଟି ବୈଠକ ବସି ପାରିଲା ନାହିଁ କିମ୍ବା ରାଜ୍ୟ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ତତ୍ୱାବଧାନରେ ସୁରଭି ଯୋଜନାରେ ଇନପୁଟ ସବସିଡି ଯୁକ୍ତ କୀଟନାଶକ କାହିଁକି ଯୋଗା ଯାଇ ପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କୈଫିୟତ ଦିଅନ୍ତୁ ବୋଲି ଶ୍ରୀ ସିଂହଦେଓ ଦାବି କରିଛନ୍ତି ।
ବିଶେଷ କୃଷି ବଜେଟର ଉପାଦେୟତା ଫସର ଫାଟି ଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । କୃଷି କ୍ୟାବିନେଟ କୃଷକଙ୍କ ଦୁର୍ଦ୍ଧିନରେ ସହଯୋଗର ହାତ ନ ବଢାଇ ପାରି ଏହାର ପ୍ରାସଙ୍ଗିକତା ହରାଇଛି ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିଯୁକ୍ତ କୃଷି କମିଶନର ରିପୋର୍ଟ କେଉଁ ଅଳିଆ ଗଦାରେ ପଡିଛି ଏହାର ଜବାବ ରଖିବାକୁ ଶ୍ରୀ ସିଂହଦେଓ  ଆହ୍ୱାନ ଜଣାଇଛନ୍ତି ।
ଜଳସେଚନ, କୃଷି ଋଣ, ଇନପୁଟ ସବସିଡି, ଫସଲ ବୀମା, ଉଚିତ ମୂଲ୍ୟରେ ଉପôାଦ କ୍ରୟ, ଉପôାଦନ ସଂରକ୍ଷଣ ପାଇଁ ବ୍ୟବସ୍ଥା ସବୁଥିରେ କୃଷି ସ୍ୱାର୍ଥକୁ ରକ୍ଷା କରିବାରେ  ବିଫଳତା  ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ପ୍ରମାଣ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ଦିଲୀପ ମହାନ୍ତି, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


    

Maximum 500 characters