Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ଦର ନିୟନ୍ତ୍ରଣ ସହ କର୍ମସଂସ୍ଥାନ ଯୋଗାଇ ଦିଅ, ଅଥବା ଗାଦି ଛାଡ଼: ରାହୁଲ

Date: Nov 5, 2017    Views: 34


ନୂଆଦିଲ୍ଲୀ: ଯଦି ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ମୁକାବିଲା କରିବାରେ ନିଜକୁ ଅସମର୍ଥ ମଣୁଛ ତେବେ ଆସନ ଛାଡ଼ ବୋଲି କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ।
ନିକଟରେ ଏଲପିଜି ମୂଲ୍ୟ ବୃଦ୍ଧି ବଷୟରେ ଏକ ଲେଖାର ଲିଙ୍କ୍ ସହ ରାହୁଳ ଟୁଇଟ୍ କରିଛନ୍ତି: ମହାଙ୍ଗା ଗ୍ୟାସ୍, ମହଙ୍ଗା ରେସନ୍, ବନ୍ଦ କରନ୍ତୁ ଆପଣଙ୍କର ଫାଙ୍କା ଭାଷଣ । ଦର ନିୟନ୍ତ୍ରଣ କର, କର୍ମସଂସ୍ଥାନ ଯୋଗାଇ ଦିଅ ଅଥବା ଗାଦି ଛାଡ଼ ।
ବୁଧବାର ଦିନ ରନ୍ଧନ ଗ୍ୟାସ୍ର ମୂଲ୍ୟ ସିଲିଣ୍ଡର୍ ପିଛା ୪. ୫୦ ପଇସା ବୃଦ୍ଧି ପାଇଛି । ପ୍ରତି ମାସରେ ମୂଲ୍ୟ ବୃଦ୍ଧି କରି ରିହାତି ଉଠାଇ ଦେବାକୁ ନିଷ୍ପତ୍ତି ନେବା ପରେ ଜୁଲାଇ ୨୦୧୬ ଠାରୁ ଏ ଯାବତ ସିଲିଣ୍ଡର୍ ମୂଲ୍ୟ ୧୯ ଥର ବୃଦ୍ଧି ପାଇ ସାରିଲାଣି ।
କେନ୍ଦ୍ର ସରକାର ଜନତାଙ୍କୁ ଧୋକା ଦେଉଛି ବୋଲି ଦୋଷ ଦେଇ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଶାସକ ଦଳକୁ ଆକ୍ରମଣ କରିଥିଲେ ।


    

Maximum 500 characters