Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

୧୨ ଜିଲାକୁ ମାଡ଼ିଗଲେଣି ଚକଡ଼ା ପୋକ

Date: Nov 5, 2017    Views: 24


ଭୁବନେଶ୍ୱର : ମରୁଡ଼ି ପରେ ସରକାରଙ୍କ ପାଇଁ ଶିରପୀଡ଼ା ହୋଇଛି ଫସଲରେ ରୋଗପୋକ  । ଉପଯୁକ୍ତ ସମୟରେ କୀଶନାଶକ ସିଞ୍ଚନ ନ ହେବା ଓ ସିଞ୍ଚନ କରାଯାଇଥିବା ଔଷଧର ମାନକୁ ନେଇ ଉଠିଛି ପ୍ରଶ୍ନ  ।  ଧାନ ଫସଲରେ ସମ୍ପ୍ରତି କୀଟନାଶକ ସିଞ୍ଚନ ସମୟ ଶେଷ ହୋଇ ସାରିଥିବା ବେଳେ ଏବେ ବିଭିନ୍ନ ଜିଲାରେ ଅଣ ଧାନଫସଲର ସୁରକ୍ଷା ଚିନ୍ତାର କାରଣ ହୋଇଛି । ଶନିବାର ସଚିବାଳୟରେ କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ଏବଂ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି  । ସୂଚନା ଅନୁସାରେ ରାଜ୍ୟର ୧୨ଟି ଜିଲାର ୧୭୧୫୨୨ ହେକ୍ଟର ଜମିର ଫସଲ ମାଟିଆଗୁଣ୍ଡି ବା ଚକଡ଼ା କୀଟଦ୍ରଂଷ୍ଟ ହୋଇଛି  ।  ଏହାମଧ୍ୟରୁ କେବଳ ୧୧୦୫୫୯ ହେକ୍ଟର ଧାନ ·ଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅବଶିଷ୍ଟ ପ୍ରାୟ ୬୦୦୦୦ ହେକ୍ଟର ଅଞ୍ଚଳ ଅନ୍ୟ ପୋକ ଦ୍ୱାରା ପ୍ରଭାବିତ ହୋଇଛି  । ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ମୋଟ ୧୩୧୦୪ ହେକ୍ଟର ଅଞ୍ଚଳର ବିଭିନ୍ନ ଫସଲରେ ୱାଇଏସ୍ୱି (ୟେଲୋ ଷ୍ଟେମ୍ ବଡର଼୍ର) ପୋକ ଲାଗିଛି  । ସେହିପରି କଟୱାର୍ମ ଦ୍ୱାରା ବିଭିନ୍ନ ଜିଲାର ୧୧୫ ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଜିଲାର ୧୬୨୮୧ ହେକ୍ଟରରେ ଗୁଣ୍ଡି ପୋକ ଲାଗିଥିବା ଜଣାପଡ଼ିଛି  ।  ଏହାବ୍ୟତୀତ ସୋନପୁର, ଭଦ୍ରକ, ଗଞ୍ଜାମ, କଟକ ଜିଲାରେ ମଧ୍ୟ ରୋଗପୋକ ବ୍ୟାପିଥିବା ଖବର କୃଷି ବିଭାଗ ନିକଟରେ ପହଞ୍ଚିଛି  । ରୋଗପୋକ ନିୟନ୍ତ୍ରଣ ନିମନ୍ତେ ଚଳିତ କୃଷି ବର୍ଷରେ ଉଭୟ ଖରିଫ ଓ ରବି ·ଷ ଲାଗି ୫୦% ରିହାତି ବା ହେକ୍ଟର ପିଛା ସର୍ବାଧିକ ୫୦୦ ଟଙ୍କା ରିହାତିରେ କୀଟନାଶକ ଯୋଗାଇ ଦେବା ପାଇଁ ସରକାରଙ୍କ ବ୍ୟବସ୍ଥା ରହିଛି  । ବଗ୍ରେଇ (ବିଜିଆଇର୍ଆଇ)ରେ ୮୨୪୨୧ ହେକଟର ଜମିରେ ଧାନ ·ଷ ନିମନ୍ତେ ସହାୟତା ଦିଆଯାଉଥିବାବେଳେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନରେ ୪୬୦୦୦ ହେକ୍ଟର ଜମିରେ ଧାନ ଓ ୩୫୦୦୦ ହେକ୍ଟର ଜମିରେ ଶସ୍ୟଜାତୀୟ ଫସଲ ନିମନ୍ତେ କୀଟନାଶକ ରିହାତି ଯୋଗାଇ ଦିଆଯାଉଛି  । ଚଳିତ ବର୍ଷ ୧୬୩୪୨୧ ହେକ୍ଟର ଜମିର ଫସଲ ନିମନ୍ତେ ୮.୧୭ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟବସ୍ଥା ହୋଇଛି  । ଏହା ସତ୍ତ୍ୱେ ୧୨ ଜିଲାରେ ପୋକ ମାଡ଼ିଛନ୍ତି ଓ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୬୦% ଅଞ୍ଚଳରେ କୀଟନାଶକ ସିଞ୍ଚନ ହୋଇ ପାରିଛି । ଏହାକୁ ନେଇ ଅଡ଼ୁଆରେ ପଡ଼ିଛି ବିଭାଗ  । କୀଟନାଶକ ରିହାତି ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ୧.୬୩ ଲକ୍ଷ ହେକ୍ଟର ଜମି ମଧ୍ୟରୁ କୀଟନାଶକ ସିଞ୍ଚନ କାହିଁକି ମାତ୍ର ୧.୦୪ ହେକ୍ଟର ଜମିରେ ସୀମିତ ରହିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଏହି ଅର୍ଥ ·ଷୀଙ୍କ ପାଖକୁ ଯାଇଛି ନା ବାଟରେ କୁଆଡେ଼ ଗାଏବ ହୋଇ ଯାଇଛି ତାହା ସ୍ୱାଭାବିକ ଭାବରେ ସନେ୍ଦହ ସୃଷ୍ଟି କରିଛି ।  ପୁଣି ପୋକ ମାଡ଼ିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା କରାଯିବା ପରିବର୍ତ୍ତେ ରୋଗପୋକ ମାଡ଼ିବା ଓ ଫସଲ ନଷ୍ଟ କରିବାକୁ ନେଇ ମନ୍ତ୍ରୀ ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି ।  କୀଟନାଶକ ବଣ୍ଟନ ଓ ସିଞ୍ଚନ ସଂକ୍ରାନ୍ତରେ ଅନିୟମିତତା ହୋଇଛି କି ନାହିଁ ତାହା ପରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ନିୟନ୍ତ୍ରଣ କରିବାକୁ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି  । ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ, ସ୍ୱତନ୍ତ୍ର ସଚିବ ଭାସ୍କରଜ୍ୟୋତି ଶର୍ମା, କୃଷି ନିର୍ଦେଶକ ହରିବଲ୍ଲଭ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


    

Maximum 500 characters