Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଭେଜାଲ କୀଟନାଶକ ଫସଲହାନିର ମୂଳ କାରଣ

Date: Nov 5, 2017    Views: 33


ଭୁବନେଶ୍ୱର : ଭେଜାଲ କୀଟନାଶକ ଫସଲହାନିର ମୂଳ କାରଣ  । ·ଷୀଙ୍କୁ ଭେଜାଲ କୀଟନାଶକ ବିକ୍ରି କରିଥିବା ବ୍ୟବସାୟୀଙ୍କ ବିରୋଧରେ ଦୃୃଢ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି  ।ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି  । ଲାଇସେନ୍ସ ପ୍ରାପ୍ତ ଡିଲରମାନେ ମଧ୍ୟ ଏଥିରେ ସଂପୃକ୍ତ ଥିବା ସନେ୍ଦହ କରାଯାଇଛି । ଯାଞ୍ଚ ବେଳେ କେତେକ ଡିଲର କୀଟନାଶକ ବିକ୍ରି ସମ୍ପର୍କିତ କାଗଜପତ୍ର ଦେଖାଇ ପାରିନାହାନ୍ତି । ବିଶେଷକରି ସୀମାବର୍ତ୍ତୀ ଜିଲାରେ ବହୁଳ ମାତ୍ରାରେ ଭେଜାଲ କୀଟନାଶକ ବିକ୍ରି ହୋଇଛି  । ପୋକ ଦାଉରୁ ଫସଲ ରକ୍ଷା କରିବାକୁ ଚାଷୀ ପ୍ରାୟୋଗ କରିଥିବା କୀଟନାଶକ ଭେଜାଲ ଥିବାରୁ ଫସଲ ନଷ୍ଟ ହୋଇଥିବା କୃଷିମନ୍ତ୍ରୀ ଦାମୋଦର ରାଉତ ସ୍ୱୀକାର କରିଛନ୍ତି  । ସୂଚନା ଅନୁଯାୟୀ ରାଜ୍ୟସ୍ତରୀୟ ବୈଷୟିକ କମିଟି କେଉଁ କମ୍ପାନୀର କେଉଁ ସାମଗ୍ରୀ କେତେ ମୂଲ୍ୟରେ ବିକ୍ରି ହେବ ତାର ତାଲିକା ପ୍ରକାଶ କରିଥାଏ  । ଏଥର ଯଥା ସମୟରେ ଏହି ତାଲିକା ପ୍ରକାଶ କରାନଯିବା ଫଳରେ ଏହା ଉପଲବ୍ଧ ହୋଇନଥିଲା  ।·ଷୀ ଫସଲ ରକ୍ଷା ପାଇଁ ଯେଉଁ କୀଟନାଶକ ଆଣିଲା ସେଥିରୁ ଅଧିକାଂଶ ଭେଜାଲ ଥିବାରୁ କାମ କଲାନାହିଁ  ।  ଡିବିଟି ପ୍ରବର୍ତ୍ତନକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି ନଥିବାରୁ ବିଭାଗୀୟ ଅଧିକାରୀମାନେ ଆବଶ୍ୟକ ସମୟରେ କୀଟନାଶକ ଉପଲବ୍ଧ କରାଇ ପାରିଲେନି  । ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବ୍ଲକରେ ଥିବା ବିଭାଗୀୟ ବିକ୍ରୟ କେନ୍ଦ୍ରରେ ଡିବିଟିରେ ଏହା ଉପଲବ୍ଧ କରାଇଥିଲେ ·ଷୀ ସଙ୍କଟର ସମ୍ମୁଖୀନ ହୋଇନଥାନ୍ତେ  । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବା ସମସ୍ୟା ସୃଷ୍ଟି କରିଥିଲା  । ସୁରଭି ଓ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ଚାଷୀ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ ଏହା ସଂଗ୍ରହ କରିବା ବ୍ୟବସ୍ଥା ହୋଇଥିଲା  ।  ତାଲିକା ପ୍ରକାଶ ପାଇନଥିବାରୁ ସେମାନେ ଦ୍ୱନ୍ଦ୍ୱରେ ଥିଲେ  । ପୂର୍ବବର୍ଷ ତାଲିକା ଆଧାରରେ କୀଟନାଶକ ଆଦି ରଖିଲେ ମଧ୍ୟ ସେସବୁ ଯଥେଷ୍ଟ ନଥିଲା  । ବାହାରେ ବିକ୍ରି ହେଉଥିବା ସରକାରୀ ଅନୁମୋଦନ ନଥିବା କୀଟନାଶକ ବ୍ୟବହାର ଫଳରେ ପୋକ ମରିନଥିଲେ  ।  ପୋକର ପ୍ରାଦୂର୍ଭାବ ଏବେ ଉପକୂଳ ଜିଲାରେ ଅନୁଭୂତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି  ।


    

Maximum 500 characters