Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ନଭେମ୍ବର ୮କୁ କଳା ଦିବସ ପାଳନ କରିବ ତୃଣମୂଳ କଂଗ୍ରେସ

Date: Nov 5, 2017    Views: 29


ଭୁବନେଶ୍ୱର: ଗତ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ବିମୁଦ୍ରାୟନ ଘୋଷଣା କରି ମୋଦି ସରକାର ହଟଚମଟ ସୃଷ୍ଟି କରିଥିଲେ ।ଏହାର  ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ରାଜ୍ୟ ତୃଣମୂଳ କଂଗ୍ରେସ ଏହି ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଏକ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଫଳରେ ଭାରତବର୍ଷର ଆର୍ଥିକ ସ୍ଥିତି ଗଭୀର ଭାବେ ପ୍ରଭାବିତ ହୋଇଛି । ଯେଉଁ ୩ଗୋଟି କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିଲେ, କୌଣସି ଗୋଟିକରେ ସେ ସୁଫଳ ହୋଇନାହାଁନ୍ତି । କଳାଧନ ଫେରିବା ତ ଦୂରର କଥା ଓଲଟି କଳାଧନକୁ ଅରବପତିମାନେ ଧଳା କରିବାରେ ସକ୍ଷମ ହେଲେ । ଆତଙ୍କବାଦୀ କମିଯିବ ବୋଲି ଯାହା କୁହାଯାଇଥିଲା ଏହା ସମ୍ପୂର୍ଣ୍ଣ ଭୁଲ୍ରେ ପରିଣତ ହୋଇଛି ଓ ଦୁର୍ନୀତି କମିବାର ଦୁର୍ବାର ଆସ୍ଫଳନ ପ୍ରଧାନମନ୍ତ୍ରୀ କରିଥିଲେ ତାହା ବିଫଳ ହୋଇଛି ବୋଲି  ଦଳ ପକ୍ଷରୁ ଅଭିଯୋଗ କରାଯାଇଛି  । ପ୍ରଧାନମନ୍ତ୍ରୀଙ୍କ ବୃଥା ଆସ୍ଫଳନ ଯୋଗୁଁ ଆଜି ଭାରତବର୍ଷର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ଦେଶର କୃଷି ଓ ବିଶେଷଭାବେ ଶିଳ୍ପ କ୍ଷେତ୍ରରେ ମାନ୍ଦା ଅବସ୍ଥା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ବନ୍ଦ ହେବା ସହ ଶ୍ରମିକ ଛଟେଇ ବୃଦ୍ଧି ପାଇଛି । ଦେଶ ପାଇଁ ଏହା କଳା ଦିବସ ଭାବେ ନିଖିଳ ଭାରତ ତୃଣମୂଳ କଂଗ୍ରେସର ନିଷ୍ପତ୍ତି କ୍ରମେ ରାଜ୍ୟ ତୃଣମୂଳ କଂଗ୍ରେସ ରାଜଧାନୀର ଗାନ୍ଧୀମାର୍ଗରେ ପ୍ରତୀକ ଧାରଣା ଦେବ । ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ପ୍ରଦୀପ ପାତ୍ର, ମହିଳା ଆବାହିକା ଶ୍ରୀମତୀ ଗୀତା ଚଇନି, ଯୁବ ଆବାହକ ଶୁଭ୍ରାଂଶୁ ଶେଖର ପାଢୀ, ଛାତ୍ର ଆବାହକ ସୌମ୍ୟରଞ୍ଜନ ଗୋସ୍ୱାମୀ, ଇଂ ବିବେକାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


    

Maximum 500 characters