Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ମୋ÷ଳିକ ସୁବିଧାରୁ ବଞ୍ଚିତ ଅମୀୟଝରୀର ଆଦିବାସୀ

    Share on :
    Date: Nov 5, 2017    Views: 144


    ଛତିଆ:  ବଡଚଣା ବ୍ଲକ ପାରିଆ ପଞ୍ଚାୟତ ଅନ୍ତର୍ଗତ ଅମୀୟଝରୀର ଆଦିବାସୀ ଗାଁ । ଯେଉଁଠି ବସବାସ କରନ୍ତି ୧୫୦ରୁ ଉଦ୍ଧ୍ୱର୍ ଆଦିବାସୀ । ସାଧାରଣତଃ ଏହି ସମ୍ପ୍ରଦାୟର ଲୋକ ମାନଙ୍କର ଜଙ୍ଗଲର ପାଦଦେଶରେ ଗଢି ଉଠିଥାଏ ବାସସ୍ଥାନ । କିଛିବର୍ଷ ପୂର୍ବେ ଏଠାରେ ପ୍ରତିଷ୍ଠା କରାଗଲା ବୃହତ ସିମେଣ୍ଟ କାରଖାନା  । ପରିବହନ ପାଇଁ ସଡକ ପଥ ପରେ ରେଳ ପଥ ନିର୍ମାଣ ପାଇଁ ଜାରିକଲା ପ୍ରୟାସ । ଶେଷରେ ରେଳ ଲାଇନ ପାଇଁ କେଉଁକାଳରୁ ବସବାସ କରୁଥିବା ଆଦିବାସୀମାନଙ୍କୁ ଏଠାରୁ ବିସ୍ଥାପିତ ହେବାକୁ ପଡିଲା । କମ୍ପାନୀ କର୍ତ୍ତୁପକ୍ଷ ପ୍ରଶାସନ ମାଧ୍ୟମରେ ବଡ ଆଶା ଦେଖାଇ ବିସ୍ଥାପିତ କରି ଭୂମି, ଘର,  ପାନୀୟଜଳ, ବିଦ୍ୟୁତ ସ୍ୱାସ୍ଥ୍ୟ ସେବା ଓ ରୋଜଗାର ପାଇଁ ·କିରୀ ଆଦି ବଡ ଆଶା ଦେଖାଇ ସେମାନଙ୍କୁ ନିଜ ଜନ୍ମ ମାଟିରୁ ଅଲଗା କରିଥିବା ଆଦିବାସୀ ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କ କିଛି ଦୂରରେ ବସ୍ତି କରି ରହିବା ପାଇଁ କୁହାଗଲା । ହେଲେ ଆଜି ପର୍ଯ୍ୟନ୍ତ ସେଠାରେ ସଂପୂର୍ଣ୍ଣ ଭାବେ ସେମାନଙ୍କୁ ମୋ÷ଳିକ ସୁବିଧା ଦିଆଯାଇନଥିବା ଅଭିଯୋଗ ହୋଇଛି । ନା ପ୍ରଶାସନ ବୁଝିଛି’ ସେମାନଙ୍କ  ଦୁଃଖ ନା କମ୍ପାନୀ କର୍ତ୍ତୃପକ୍ଷ’ କିଛି ଆଗୁଆ ଲୋକଙ୍କ ମୁହଁରେ ଦାନା ପକାଇ କମ୍ପାନୀ କିଛି ବାସହରାଙ୍କୁ ଖଣ୍ଡେ ଖଣ୍ଡେ ଘର ଦିଆଯାଇଥିବା ବେଳେ ଅନେକ ସେଥିରୁ ବାଦ ପଡିଛନ୍ତି । ·ଳ ଝୁମ୍ପୁଟି ଘରେ ସେମାନେ ଖରା, ବର୍ଷା, ଶୀତରେ ଦିନ କାଟୁଛନ୍ତି ତା ପରେ ପୁଣି ବନ୍ୟଜନ୍ତୁଙ୍କ ଭୟ । ଗାଁକୁ ବିଦୁ୍ୟତ ନାହିଁ ସ୍ୱାସ୍ଥ୍ୟ ସେବା ମଧ୍ୟ ଅପହଞ୍ଚ,ପାନୀୟ ଜଳ ପାଇଁ ଖୋଳାଯାଇଥିବା ନଳକୂପ ମଧ୍ୟରୁ ଅନେକ ଅଚଳ ହୋଇ ପଡିରହିଛି । ପିଲାମାନେ ପାଠ ପଢିବା ପାଇଁ ଅଙ୍ଗନ ୱାର୍ଡି କେନ୍ଦ୍ର ନାହିଁ । ଖାଦ୍ୟାଭାବରୁ ଅନେକ ଶିଶୁ ରୋଗାକ୍ରାନ୍ତ ହେଉଛନ୍ତି । କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ କାର୍ଯ୍ୟ ଦେବାର ନିୟମ ଥିବା ବେଳେ କମ୍ପାନୀ ବାହରୁ ଶ୍ରମିକ ଆଣି ଏଠାରେ କାର୍ଯ୍ୟ କରାଉଥିବା ଫଳରେ ଏଠାକାର ବାସିନ୍ଦା ମାନେ ଗାଁ ଛାଡି ଦାଦନ ଖଟିବାକୁ ଯାଉଛନ୍ତି । ୍କମ୍ପାନୀର ଧୂଳିଧୂଆଁରେ ଗାଁ ପରିବେଶ ସଂପୂର୍ଣ୍ଣ ଦୂଷିତ ହେବା ସହ ଅନେକ ଲୋକ ଯକ୍ଷ୍ମା ଓ ଚର୍ମରୋଗରେ ପୀଡିତ ହୋଇ କେତେଜଣ ମୃତୁ୍ୟ ବରଣ କରିଛନ୍ତି । ଦୁଃଖ କଷ୍ଟରେ ବିତୁଛି ଏମାନଙ୍କ ଜୀବନ । ଅନ୍ୟ ପଟରେ କମ୍ପାନୀ ତାର  କାୟା ବିସ୍ତାର କରୁଥିବା ବେଳେ ଚତୁଃପାଶର୍୍ରେ ଜଙ୍ଗଲ ଜମିରେ ନିର୍ମାଣ କରି·ଳିଛି ବଡ ବଡ ପାଚେରୀ ଓ ପାୱାର ପ୍ଲାଣ୍ଟ ।  ଅନୁଧ୍ୟାନ ପାଇଁ ପାଚେରୀ ·ରିପାଖରେ ଲାଗୁଛି ସିସି କ୍ୟାମେରା । ଜଙ୍ଗଲ ଜନ୍ତୁମାନେ  ଭୟଭୀତ ହୋଇ କମ୍ପାନୀର କର୍କଶ ଶବ୍ଦରେ ବିଚଳିତ ହୋଇ ଗାଁ ମୁଖା ହେଉଛନ୍ତି ଜଙ୍ଗଲି ଜନ୍ତୁ ମୃତୁ୍ୟ ମୁଖରେ ପଡୁଛନ୍ତି ।ଜମି ପଟ୍ଟା ପାଇଁ ଏମାନେ କିଛି ଦିନ ତଳେ ଏକ ସଂଗଠନ ସହଯୋଗରେ ଦର୍ପଣ ତହସିଲ ଘେରାଉ କରି ନିଜର ହକ୍ ମାଗି୍ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ ଜମିପଟ୍ଟା । ଜମି ପଟ୍ଟା ନଥ୍ôବାରୁ ପିଲାମାନେ ପାଠ ପଢିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଆଦିବାସୀମାନଙ୍କର ମୋ÷ଳିକ ଅଧିକାରୀ ପାଇଁ ସେମାନେ ଲଢେଇ ଜାରୀ ରଖିଛନ୍ତି । ସମସ୍ୟାର ସମାଧନ ପାଇଁ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ତୁଳସୀ ·ତାର, ସୋମବାରୀ ·ତାରା, ରଜନୀ ଦେଲାର, ଅଭିରାମ ଗଈପେଇ,ଗଙ୍ଗାଧର ସଏ. ଜଗନ ଦଙ୍ଗୁଆ, କିଷନ ·ମ୍ପିଆ, କୁସୁନ ବାଗ. କୁନି ପିଙ୍ଗୁଆ, ଜିମା ଦରାଇଗୁରୁ ପ୍ରମୁଖ ଦାବି କରିଛନ୍ତି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook