Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

ବିକାଶ ଠାରୁ ବହୁ ଦୂରରେ ପୂର୍ବଳ ଗାଁ

Date: Nov 5, 2017    Views: 26


 କୁହିକା: ଗ୍ରାମାଞ୍ଚଳର ଉନ୍ନତି କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ରାଜନୈତିକ ସଦିଚ୍ଛା ଓ ପ୍ରାଶାସନିକ ଅବହେଳା ଯୋଗୁ ଏବେବି ଅନେକ ଗାଁ ଲୋକ ମୌଳିକ ସୁବିଧା ପାଇପାରିନାହାନ୍ତି । ପାନୀୟ ଜଳ ଠାରୁ ରାସ୍ତାଘାଟ, ବାସଗୃହ, ଶିକ୍ଷା, ପରିମଳ, ବିଦୁ୍ୟତ୍ ପରି ଅନେକ ମୈାଳିକ ଅବଶ୍ୟକତା ଅପହଞ୍ଚ ହୋଇରହିଛି । ଏପରିକି ଆଦିବାସୀ ଶ୍ରେଣୀୟ ହୋଇଥିଲେ ମଧ୍ୟ ସେମାନଙ୍କ ପାଖରେ ଆଦିବାସୀ ହୋଇଥିବାର ପ୍ରମାଣ ମଧ୍ୟ ଉପଲବ୍ଧ ହେଉନି । ଶିଳ୍ପ ସମୃଦ୍ଧ ସୁକିନ୍ଦା ବ୍ଲକ ଠାରୁ ୫ କିଲୋମିଟର ଦୂରରେ ଅବସ୍ଥାପତି ଦୁଧୁଯୋଗୀ ପଞ୍ଚାୟତର ପୂର୍ବଳ ଗାଁରେ ୩୧ ପରିବାର ବସବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଉପରେ ସରକାରଙ୍କ ଦୟା ଦୃଷ୍ଟି ପଡିନାହିଁ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଗାଁ ଲୋକେ ଭୋଟ ଦେବାର ଅଧିକାର ପାଇଥିଲେ ମଧ୍ୟ ଅନ୍ୟ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ରହି ବହୁ କଷ୍ଟରେ ଜୀବନଜାପନ କରୁଥିବା ଏହି ଆଦିବାସୀ ଗ୍ରାମକୁ ସ୍ୱାଧୀନତାର ୭୦ ବର୍ଷ ପରେ ଯାତାୟାତ କରିବା ପାଇଁ ନାହିଁ ସବୁ ଦିନିଆ ମୁଖ୍ୟ ରାସ୍ତା । ସରକାରଙ୍କ ପକ୍ଷରୁ ଗ୍ରାମରେ ଥିବା ଦୁଇଟି ନଳକୂପରୁ ଗୋଟିଏରୁ ଦୂଷିତ ଜଳ ବାହାରୁଥିବାରୁ ଅନ୍ୟଟିରେ ପାଣି ପାଇଁ ସବୁବେଳେ ଭିଡ ଲାଗିରହୁଥିବା ଜଣାପଡିଛି । ଗ୍ରାମର ଶତ ପ୍ରତିଶତ ଆଦିବାସୀ ଶ୍ରେୀଣୀୟ ଓ ସେମାନଙ୍କର ବିପିଏଲ କାର୍ଡ ଥାଇ ମଧ୍ୟ ବିଜୁଳି ସେବା ପାଇପାରୁନାହାନ୍ତି । ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗାଁରେ ଏଯାଏଁ ପହଞ୍ଚିପାରିନି ପାଇଖାନା । ଗରିବ ଖଟିଖିଆ ଶ୍ରେଣୀୟ ହୋଇଥିଲେ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନା, ମଧୁବାବୁ ପେନସନ ଓ ରାସନ କାର୍ଡ ଭଳି ସାଧାରଣ ସୁବିଧାରୁ ଏମାନଙ୍କ ମଧ୍ୟରୁ ଅନେକ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଗାଁ ଭିତରକୁ ପ୍ରବେଶ କରିବାକୁ ଗମନାଗମନ ସଡକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାବେଳେ ମୋରମ ମୁଠାଏ ପଡୁନଥିବାରୁ ବର୍ଷା ହେଲେ କାଦୁଅ ପଚପଚ ରାସ୍ତାରେ ଯାତାୟତ କରିବା ମୁସକିଲ ହୋଇପଡେ । ଗରିବ ଖଟିଖିଆ ଲୋକମାନଙ୍କ ଶବଦାହ ନିମନ୍ତେ ସରକାର ପ୍ରଣୟନ କରିଥିବା ହରିଶ୍ଚନ୍ଦ୍ର ଯୋଜନା ଏଠାକାର ଲୋକଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି ।
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏଠାକାର ଆଦିବାସୀ କାମ ପାଉନଥିବାବେଳେ ଅଧିକାଂଶ ଜବକାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି । ଶୈଶବ ଶିିିିିିିିିିିିିିିିିିିିିକ୍ଷା ଉପରେ ଗୁରୁତ୍ୱଦେବା ପୂର୍ବକ ଯେଉଁ ଉଦେ୍ଧଶ୍ୟ ରଖି ଗ୍ରାମାଞ୍ଚଳ ମାନଙ୍କରେ ଅଙ୍ଗନାୱାଡି କେନ୍ଦ୍ର ସ୍ଥାପନ କରାଯାଇଥିଲା ସେ ଉଦେ୍ଧଶ୍ୟ ଏଠାରେ ଲକ୍ଷ୍ୟଚୁ୍ୟତ ହୋଇଛି । ଗ୍ରାମର ଛୋଟ ଛୋଟ ପିଲାମାନଙ୍କୁ ୧ କିଲୋମିଟର ଦୂର  ଅନ୍ୟ ଏକ ଗ୍ରାମକୁ ଅଙ୍ଗନାୱାଡି ଶିକ୍ଷାଲାଭ କରିବାକୁ ଯିବା ପାଇଁ ଦୂର ହେଉଥିବାରୁ ଅନେକଙ୍କ ନାଁ ଖାତାରେ ଗଡୁଥିଲେ ମଧ୍ୟ କେନ୍ଦ୍ରକୁ ଯାଉନାହାନ୍ତି । ଗାଁରେ ଥିବା ପୁରୁଣା ପୋଖରୀଟି ଶୀତ ଦିନ ପୂର୍ବରୁ ଶୁଖିଯାଉଥିବାବେଳେ ଦୀର୍ଘଦିନ ଧରି ଉଦ୍ଧାର ନହେବାରୁ ପୋତା ପଡିଗଲାଣି । ଗ୍ରାମର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ଗ୍ରାମର ଉନ୍ନତି ହେବା ବଦଳରେ ଅବନତି ଦିଗକୁ ଗ୍ରାମଟି ପଳାଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଜମିପଟ୍ଟା ପାଇନଥିବା ଏହି ଆଦିବାସୀ ଗ୍ରାମର ଲୋକେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇମଧ୍ୟ ସେମାନଙ୍କୁ ପଟ୍ଟା ମିଳିପାରିନାହିଁ । ଏପରିକି ତହସିଲଦାର ସମ୍ପୃକ୍ତ ଅଞ୍ଚଳଟି ଶାଳୁଆ ଜଙ୍ଗଳ ଜମି ହୋଇଥିବାରୁ ପଟ୍ଟା ମିଲିପାରିବ ନାହିଁ ବୋଲି କହିଛନ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି । ବିପିଏଲ  କାର୍ଡ ଥାଇ ମଧ୍ୟ ଜମିପଟ୍ଟା ନଥିବା କାରଣରୁ ସେମାନେ ପ୍ରାଶାସନିକ ଅଧିକାରୀ ମାନଙ୍କ  ପାଖକୁ ଧାଇଁ ଧାଇଁ  ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଥିବା  କହିଛନ୍ତି । ମୋଟ ଉପରେ ଗ୍ରାମରେ ଦେଖିବାକୁ ଗଲେ କୋଠାଘର କଣ ତାହା ଏମାନେ ଜାଣିନଥିବା ପରି ଲାଗେ । କାହିଁକିନା ଗ୍ରାମଟି ସମ୍ପୂର୍ଣ୍ଣ ଚାଳ ଛପର ଭରା ଅଟେ । ବୟସ ହୋଇଥିଲେ ମଧ୍ୟ ଅନେକ ବୃଦ୍ଧ ଓ ବୃଦ୍ଧା ମଧୁବାବୁ ପେନସନ ବା ଭତ୍ତା ପାଇବାରୁ ବଞ୍ଚିତ ଥବା ଅଭିଯୋଗ ହୋଇଛି । ତେବେ ଗ୍ରାମର ସସମସ୍ୟା କେବେ ଦୁର ହେବ ତାହାତ ସମୟ କହିବ କିନ୍ତୁ ସୁକିନ୍ଦା ବିଧାୟକ ତଥା ପ୍ରଶାସନ ତୁରନ୍ତ ଗ୍ରାମର ଲୋକମାନଙ୍କୁ ଜମିପଟ୍ଟା ଓ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି ।


    

Maximum 500 characters