Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ସିନ୍ଧୁଙ୍କୁ ବିମାନ କର୍ମଚାରୀଙ୍କ ଦୁର୍ବ୍ୟବହାର

Date: Nov 5, 2017    Views: 24


ନୂଆଦିଲ୍ଲୀରିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ପିଭି. ସିନ୍ଧୁଙ୍କୁ ବିମାନ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ନିଜେ ସିନ୍ଧୁ ତାଙ୍କ ଟ୍ୱିଟର ଜରିଆରେ ଏନେଇ ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି, ମୁଁ ଶନିବାର ଇଣ୍ଡିଗୋ ବିମାନ  (ନଂ- ୬ଇ୬୦୮) ଯୋଗେ ହାଇଦ୍ରାବାଦରୁ ମୁମ୍ବାଇ ଯାତ୍ରା କରୁଥିବାବେଳେ ମୋତେ ବିମାନ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । ଏହା ମୋର ସବୁଠୁ ଖରାପ ଅଭିଜ୍ଞତା । କିଟ୍ ବ୍ୟାଗ୍କୁ ନେଇ ବିମାନ କର୍ମଚାରୀ ତଥା ଗ୍ରାଉଣ୍ଡ ଷ୍ଟାଫ୍ ଅଜିତେଶ ମୋତେ ଦୁର୍ବ୍ୟବହାର କରିଥିଲେ । ବିମାନ ପରିଚାଳିକା ଅସୀମା ଉକ୍ତ କର୍ମଚାରୀଙ୍କୁ ମୋ’ ସହ ଭଦ୍ରାମୀର ସହ କଥା ହେବାକୁ କହିଥିଲେ । ହେଲେ କର୍ମଚାରୀ ଜଣଙ୍କ ଅସୀମାଙ୍କୁ ବି ଦୁର୍ବ୍ୟବହାର କରିଥିଲେ । ଯାହାକି ମୋତେ ମର୍ମାହତ କରିଥିଲା । ଯଦି ଅଜିତେଶଙ୍କ ଭଳି ବ୍ୟକ୍ତି ଇଣ୍ଡିଗୋ ବିମାନରେ କାର୍ଯ୍ୟ କରନ୍ତି, ତା’ହେଲେ ସେମାନେ ବିମାନସେବା ଛବି ଖରାପ କରିଦେବେ ବୋଲି ସିନ୍ଧୁ କହିଥିଲେ । ଅନ୍ୟପକ୍ଷରେ ସିନ୍ଧୁଙ୍କ ଏହି ଟ୍ୱିଟ୍ ପରେ ଇଣ୍ଡିଗୋ ପକ୍ଷରୁ ସଫେଇ ଦିଆଯାଇଛି । ଇଣ୍ଡିଗୋ ମୁଖ୍ୟବକ୍ତା ଅଜୟ ଜସ୍ରା କହିଛନ୍ତି, ଅଜିତେଶ ବ୍ୟାଡ଼ମିଣ୍ଟନ ତାରକା ସିନ୍ଧୁଙ୍କୁ ଦୁର୍ବ୍ୟବହାର କରିନାହାନ୍ତି । ସିନ୍ଧୁଙ୍କ ବ୍ୟାଗ୍ଟି ଅଧିକ ଓଜନ ଥିବାରୁ ଅଜିତେଶ ତାଙ୍କୁ କାର୍ଗୋରେ ରଖିବାକୁ କହିଥିଲେ । କ୍ରୀଡ଼ାରେ ସିନ୍ଧୁଙ୍କ ପ୍ରଦର୍ଶନକୁ ନେଇ ଆମେ ଗର୍ବିତ । ଆମ କର୍ମଚାରୀ ତାଙ୍କ କର୍ତ୍ତବ୍ୟ ପାଳନ କରିଥିଲେ ବୋଲି ଜସ୍ରା ସ୍ପଷ୍ଟୋକ୍ତି ଦେଇଛନ୍ତି ।


    

Maximum 500 characters