Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ହାରିଲା ଭାରତ

Date: Nov 5, 2017    Views: 28


ରାଜକୋଟ: ଓପନିଂ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋଙ୍କ ଧୂଅାଁଧାର ଶତକ ସାଙ୍ଗକୁ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂକୁ ପାଥେୟ କରି ନୁ୍ୟଜିଲାଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ଘରୋଇ ଭାରତକୁ ୪୦ ରନ୍ରେ ମାତ୍ ଦେଇ ସହଜ ବିଜୟ ହାସଲ କରିଛି । ଏଥିସହ ନୁ୍ୟଜିଲାଣ୍ଡ ଚଳିତ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୧ରେ ବରାବର କରିଛି । ଉକ୍ତ ମ୍ୟାଚ୍ରେ ନୁ୍ୟଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି  ୨ ୱିକେଟ୍ ହରାଇ ୧୯୬ ରନ୍ର ବିଶାଳ ସ୍କୋର କରିଥିଲା । ଜବାବରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୬ ରନ୍ କରି ପରାଜୟବରଣ କରିଛି । ଦଳ ପକ୍ଷରୁ ଶ୍ରେୟଷ ଆୟର ୨୩, ଅଧିନାୟକ ବିରାଟ କୋହଲି ୬୫, ମହେନ୍ଦ୍ର ସିଂହ ଧୋନି ୪୯ ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁ ପାରିନଥିଲେ ।
ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ନୁ୍ୟଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଗୁପଟିଲ ଓ ମୁନ୍ରୋ ଦଳକୁ ଦମ୍ଦାର ଆରମ୍ଭ ଦେଇଥିଲେ । ଦୁହେଁ ପ୍ରଥମରୁ ଭାରତୀୟ ବୋଲରଙ୍କୁ ଆକ୍ରମଣ କରି ଖେଳିଥିଲେ । ଗୁପଟିଲ ଓ ମୁନ୍ରୋ ୧୧ ଓଭର ଶେଷ ସୁଦ୍ଧା ଶତକୀୟ ଭାଗିଦାରୀ ଯୋଗଦାନ କରି ନୁ୍ୟଜିଲାଣ୍ଡକୁ ଭଲ ସ୍ଥିତି ପ୍ରଦାନ କରିଥିଲେ । କିନ୍ତୁ ଭାରତୀୟ ସ୍ପିନର ଯଜୁବେନ୍ଦ୍ର ଚହଲ ଏହି ଯୋଡ଼ି ଭାଙ୍ଗି ଦଳକୁ ବଡ଼ ସଫଳତା ଦେଇଥିଲେ । ଚହଲ ସେଟ୍ ବ୍ୟାଟ୍ସମ୍ୟାନ୍ ଗୁପଟିଲ (୪୫)ଙ୍କୁ ଆଉଟ୍ କରି ନୁ୍ୟଜିଲାଣ୍ଡ ରନ୍ ଗତିରେ ରୋକ ଲଗାଇଥିଲେ । ଗୁପଟିଲଙ୍କ ସ୍ଥାନରେ ଅଧିନାୟକ କେନ୍ ୱିଲିୟମସନ୍ ଖେଳିବାକୁ ଆସି ସଂଘର୍ଷ କରିଥିଲେ । ଅନ୍ୟପଟେ ମୁନ୍ରୋ ଅର୍ଦ୍ଧଶତକ ପୂରଣ କରିବା ପରେ ବ୍ୟାଟିଂରେ ଗିଅର ବଦଳାଇଥିଲେ । ସେ ଛକା ଓ ଚୌକା ବର୍ଷା କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ପଦାର୍ପଣ ମ୍ୟାଚ୍ ଖେଳିଥିବା ଯୁବ ପେସ୍ ବୋଲର ମହମ୍ମଦ ସିରାଜ୍ ଅଭିଜ୍ଞ ୱିଲିୟମସନ୍ (୧୨)ଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ତେବେ ମୁନ୍ରୋ ଶତକ ଓ ଟମ୍ ବ୍ରୁସ୍ କୌଣସି କ୍ଷତି ନଘଟାଇ ନୁ୍ୟଜିଲାଣ୍ଡକୁ ୨ ୱିକେଟ୍ରେ ୧୯୬ ରନ୍ର ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ମୁନ୍ରୋ ୫୮ ବଲ୍ରୁ ୧୦୯ (୭ ଚୌକା, ୭ ଛକା) ଓ ବ୍ରୁସ୍ ୧୮ ରନ୍ କରିଥିଲେ । ଭାରତର ଚହଲ ଓ ସିରାଜ୍ ଗୋଟିଏ କରି ୱିକେଟ୍ ଦଖଲ କରିଥିଲେ ।


    

Maximum 500 characters