Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ରାଜ୍ୟ ସରକାର ଆରମ୍ଭ କରିବେ ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା!

Date: Nov 5, 2017    Views: 20


ଭୁବନେଶ୍ୱର : ରାଜ୍ୟସରକାର ଆରମ୍ଭ କରିବାକୁ ଯାଉଛନ୍ତି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା  । ତେବେ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି  । ଖୁବ୍ଶୀଘ୍ର ଏ ସଂକ୍ରାନ୍ତରେ ରାଜ୍ୟସରକାର ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରି ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା ଆରମ୍ଭ କରିବାର ସମ୍ଭାବନା ରହିଛି  । ରାଜ୍ୟସରକାର ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା ଆରମ୍ଭ କଲେ ପ୍ରାୟ ୫୦ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି  ।
ରାଜ୍ୟସରକାରଙ୍କ ପ୍ରସ୍ତାବିତ ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା ଆରମ୍ଭ କରିବା ପାଇଁ ଯାଉଛନ୍ତି  । ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି  । ଏଥିପାଇଁ ରାଜ୍ୟସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ବ୍ୟୟ କରିବେ  । ଜାତୀୟ ଖାଦ୍ୟସୁରକ୍ଷା ଆଇନରେ ରାଜ୍ୟର ୩ କୋଟି ୨୬ଲକ୍ଷ ଲୋକ ଉପକୃତ ହେଉଛନ୍ତି  । ତେବେ ୨୦୧୧ ମସିହା  ଜନଗଣନା ଅନୁସାରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ ବଳରେ ଉପକୃତ ହେଉଛନ୍ତି  । ତେବେ ୨୦୧୧ରୁ ଅଦ୍ୟାବଧି ରାଜ୍ୟରେ ଲୋକସଂଖ୍ୟା ବଢ଼ିଛି  । ସେହିଭଳି ବହୁ ଆର୍ଥିକ ସ୍ୱଚ୍ଛଳ ନଥିବା ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଛନ୍ତି  । ଏଭଳି ୧୫ଲକ୍ଷ ଲୋକଙ୍କୁ  ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅଧିନରେ ସାମିଲ କରିବାକୁ କେନ୍ଦ୍ରସରକାରଙ୍କ ନିକଟରେ ରାଜ୍ୟସରକାର ଲଗାତାର ଭାବେ ଦାବି କରିଆସୁଛନ୍ତି  । ରାଜ୍ୟସରକାରଙ୍କ ଯୋଜନା ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ବଢ଼ିଥିବା ଜନସଂଖ୍ୟା ଓ ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅଧିନରେ ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ଥିବା  ପରିବାରମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇବା ଲକ୍ଷ୍ୟରେ ରାଜ୍ୟସରକାର ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା ଆରମ୍ଭ କରିବେ  । ଅବଶ୍ୟ ଏଥିପାଇଁ ରାଜ୍ୟସରକାର କେତେକ କ୍ରାଇଟେରିଆ ରଖିଛନ୍ତି  । ଆୟକର ଦେଉଥିବା ବ୍ୟକ୍ତି, ଚାରିଚକିଆ ଓ ତିନିଚକିଆ ଥିବା ଯାନ, ସରକାରୀ ଚାକିରୀଆ, ଅବସର ନେଇଥିବା ସରକାରୀ କର୍ମଚାରୀ ଓ କମ୍ପାନୀରେ ଚାକିରୀ କରୁଥିବା ଲୋକଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ  ।
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଗତ ୬ ବର୍ଷରେ ବଢ଼ିଥିବା ଜନସଂଖ୍ୟା ଓ ଆର୍ଥିକ ସ୍ୱଚ୍ଛଳ ନଥିବା ବ୍ୟକ୍ତିଙ୍କୁ ଖାଦ୍ୟଶସ୍ୟ ଯେଗାଇ ଦେବା ଲକ୍ଷ୍ୟରେ ରାଜ୍ୟସରକାର ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି  । ଏହାଦ୍ୱାରା ସମସ୍ତଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇପାରିବ  । ଏହା ଏକ ଭଲ ଯୋଜନା ହେବ ବୋଲି ସେ କହିଛନ୍ତି  ।
ପ୍ରକାଶ ଥାଉକି ରାଜ୍ୟସରକାର ୨୦୦୯ ମସିହାରେ ୨ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରି ପରେ ଏହା ୧ ଟଙ୍କାରେ ଯୋଗାଇଥିଲେ  । ସରକାରଙ୍କର ଏହା ଥିଲା ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ  ।


    

Maximum 500 characters