Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ବୁଡ଼ ପକାଇବା ବେଳେ ଦଳାଚକଟା: ୩ ମୃତ, ୧୦ ଆହତ

Date: Nov 4, 2017    Views: 32


ନୂଆଦିଲ୍ଲୀ: ଶନିବାର ଦିନ ବିହାରର ବେଗୁସରାଇ ଜିଲାରେ ଦଳାଚକଟା ଯୋଗୁଁ ତିନି ଜଣ ଲୋକ ନିହତ ହେବା ସହ ଅତି କମରେ ଅନ୍ୟ ୧୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଡ଼ ପକାଇବାକୁ ବେଗୁସରାଇସ୍ଥିତ ଗଙ୍ଗା ନଦୀର ସିମାରିଆ ଘାଟକୁ ଲୋକମାନଙ୍କ ସୁଅ ଛୁଟିଥିବାବେଳେ ଅଘଟଣ ଘଟିଥିଲା ।
ଗୁଜବ ପ୍ରସାରଣ ଯୋଗୁଁ ଦଳାଚକଟା ହୋଇଥିବା କଥା ଜିଲା ପୁଲିସ ଅଧିକାରୀମାନେ କହୁଛନ୍ତି ।
ନିହତ ତିନି ମହିଳା ଏବଂ ସେମାନଙ୍କ ଶବଗୁଡ଼ିକୁ ଚିହ୍ନଟ କରାଯିବାକୁ ଉଦ୍ୟମ ·ଲିଛି ବୋଲି କର୍ତ୍ତୃପକ୍ଷମାନେ ନିଶ୍ଚିତ କରିଛନ୍ତି । ଡାକ୍ତରୀ ଚିକିତ୍ସା ପାଇଁ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।


    

Maximum 500 characters