Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ମଲା ମୂଷା ଗନ୍ଧ, ଟ୍ରେନରୁ ଓହ୍ଲାଇଗଲେ ବିଚାରପତି

Date: Nov 4, 2017    Views: 26


ବ୍ରହ୍ମପୁର:  ମଲା ମୂଷା ଗନ୍ଧ ଯୋଗୁଁ  ବ୍ରହ୍ମପୁରରେ କୋଣାର୍କ ଏକ୍ସପ୍ରେସରୁ ଓଡିଶା ହାଇକୋର୍ଟର ବି·ରପତି ବିଶ୍ୱନାଥ ରଥ ଓହ୍ଲାଇ ପଡିଛନ୍ତି  । ବି·ରପତି ରଥ କୋରାପୁଟରେ  ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଣାର୍କ ଏକ୍ସପ୍ରେସରେ ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିଲେ ।  ବିଶାଖାପାଟଣାରୁ କୋରାପୁଟ ଯିବାର କାର୍ଯ୍ୟକ୍ରମ ରହିଥିଲା  । ମାତ୍ର ସେ ବସିଥିବା ବଗିରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା  ।  ଏଥିରେ ଅତିଷ୍ଠ ହେବାପରେ ସେ ବ୍ରହ୍ମପୁର ନିକଟରେ ଟ୍ରେନରୁ ଓହ୍ଲାଇବା ସହ  ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ  । ପୂର୍ବତଟ ରେଳ ବିଭାଗ ପକ୍ଷରୁ ଏହି ବଗିର ଏକ ଆସନ ତଳେ  ମଲା ମୂଷା ପଡି ଦୁର୍ଗନ୍ଧ ହେଉଥିବା କଥା ସ୍ୱୀକାର କରାଯାଇଛି । ରାସାୟନିକ ପଦାର୍ଥ ଦିଆଯାଇ ଏହି ସିଟ ତଳକୁ ପରିଷ୍କାର କରାଯାଇଥିବା ରେଳବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ବଗିକୁ ସଫା କରିବା ଦାୟିତ୍ୱରେ ଥିବା କର୍ମ·ରୀ ନିଜ କାମ କରିବାରେ ଅବହେଳା କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ କୁହାଯାଇଛି ।


    

Maximum 500 characters