Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ଭୋଟ ରାଜନୀତିରେ ଚାଷୀ ସମସ୍ୟା ଦୂରେଇ ଯାଉଛି: ସୌମ୍ୟରଞ୍ଜନ

Date: Nov 4, 2017    Views: 20


ବରଗଡ : ଭୋଟ ରାଜନୀତିରେ ଚାଷୀ ସମସ୍ୟା ଦୂରେଇ ଯାଉଛି, ସେ ସର୍ବନିମ୍ନ ସହାୟକ ମୂଲ୍ୟ ହେଉ କିମ୍ବା ଚାଷୀ ମାନଙ୍କୁ ପେନସନ ଦେବା ହେଉ ବୋଲି ନବନିର୍ମାଣ କୃଷକ ସଂଗଠନର  ଉପଦେଷ୍ଟା ସୌମ୍ୟରଜଂନ ପଟ୍ଟନାୟକ ଶୁକ୍ରବାର ଆତ୍ମହତ୍ୟା କରିଥିବା ଭାଗଚାଷୀ ବୃନ୍ଦା ସାହୁଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ଅବସରରେ କହିବା ସହ ସରକାର ପ୍ରଥମେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ ବୋଲି କହିଥିଲେ । ସରକାର ଭାଗଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ବିଚାର କରିବାର ସମୟ ଆସିଛି ବୋଲି କହିଥିଲେ । ନଚେତ ଏପରି ଘଟଣା ବାରମ୍ବାର ଘଟିବ ବୋଲି ସରକାରଙ୍କୁ ଚେତାଇ ଦେଇଥିଲେ । ସେହିପରି କୃଷିମନ୍ତ୍ରୀ ୪୮ ଘଣ୍ଟାର ତଦନ୍ତକୁ ଅପେକ୍ଷା ନ କରି ନିଜେ ଆସି କେଉଁ ପରିସ୍ଥିତିରେ ଚାଷୀ ଆତ୍ମହତ୍ୟା ପରି ଘଟଣା ଘଟିଲା ଅନୁଧ୍ୟାନ କରନ୍ତୁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ, ବେକାର ଯୁବକ ଯୁବତୀଙ୍କ ସମସ୍ୟା ତଥା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଚିନ୍ତା ବଦଳରେ ଆଗାମୀ ନିର୍ବାଚନରେ କିଭିଳି ବିଜୟୀ ହେବେ ସେ ଚିନ୍ତା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଧାନର ସହାୟକ ମୂଲ୍ୟବୃଦ୍ଧି ତଥା ଚାଷୀ ମାନଙ୍କୁ ପେନସନ ପ୍ରଦାନ କରିବାକୁ ଦାବି କରିଥିଲେ । ସେହିପରି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚକଡା ପୋକ ପ୍ରାଦୁର୍ଭାବରେ ଭାଗଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣା ସ୍ୱଷ୍ଟ ଭାବରେ ଜଣାପଡୁଥିବା ଏବଂ ଏଭଳି ଦୁଃଖଦ ଘଟଣାରେ କୃଷିମନ୍ତ୍ରୀଙ୍କ ୪୮ ଘଣ୍ଟାର ତଦନ୍ତ କୁ ପ୍ରହସନ ବୋଲି ଅଭିହିତ କରିବା ସହ ଆତ୍ମହତ୍ୟା ନ କରି ଚାଷୀ ସଂଗଠିତ ହୋଇ ଲଢେ଼ଇ କରିବାକୁ ଆହ୍ୱାନ ଦେଇଥିଲେ  ।

 


    

Maximum 500 characters