Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ଆଝାରକୁ ସମର୍ଥନ ପରେ ମଧ୍ୟ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାକୁ ଚାହୁଁଛି ଚୀନ୍

Date: Nov 4, 2017    Views: 28


ବେଜିଂ: ପୁଣିଥରେ ଚୀନ୍ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଇଛା ପ୍ରକାଶ କରିଛି । ଚୀନ୍ କହିଛି ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ପାଇଁ ସେ ଭାରତ ସହ ମିଶି କାମ କରିବା ପାଇଁ ଚାହେଁ । ଚୀନ୍ ତରଫରୁ ଆସିଥିବା ଏହି ବୟାନକୁ ନେଇ ଏଭୋରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବାକୁ ଚାହୁଁଛି ଚୀନ୍ ବ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ମାତ୍ର ଗୋଟେ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତ ନେଇ ପ୍ରସ୍ତାବ ଜାତିସଂଘରେ ଦେଇଥିଲା ଚୀନ୍ ତାକୁ ନିଜର ଭିଟୋ ପାୱାର ଦ୍ୱାରା ପ୍ରତ୍ୟାଖାନ କରିଥିଲା । ଏଠାରେ ଉଲ୍ଲେଖନୀୟ ଯେ ଗତ ଗୁରୁବାର ଦିନ  ଦିନ ୪ର୍ଥ ଥର ପାଇଁ ଭାରତ ଓ ଆମେରିକା ସହ ଅନ୍ୟ ଦେଶ ଗୁଡିକ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ସମ୍ମତି ପ୍ରକାଶ କରିଥିଲେ ।କାରଣ ସବୁଥର ଭଳି ଏଥର ମଧ୍ୟ ଚୀନ ନିଜର ଭିଟୋ ପାୱାରକୁ ବ୍ୟବହାର କରି ତାକୁ ପୁଣିଥରେ ସୁରକ୍ଷା ଦେଇଛି । ଯଦିଓ ଜୈଶ-ଏ-ମହମ୍ମଦ ପୂର୍ବରୁ ଜାତିସଂଘର ସୂଚିରେ ନିଷେଧ ହୋଇସାରିଛି କିନ୍ତୁ ସୁରକ୍ଷା ପରିଷଦର ଅଲକାଏଦା କମିଟି ଅନୁସାରେ କଟକଣା ଲଗାଇବାକୁ ଚେଷ୍ଟା କରାଯାଉଛି । ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ଚୀନ ଏହି ପଦକ୍ଷେପକୁ ଖାରଜ କରି କହିଛି ଏହା ସାଧାରଣ ରାୟ ନୁହେଁ । ଚୀନ୍ ଦ୍ୱାରା ପଠାନକୋଟ୍ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାର ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ କରାଯିବାର ରାସ୍ତାରେ ଅସୁବିଧା ସୃଷ୍ଟି କରୁଛି ।  ଭାରତକୁ ଆଶା ରହିଛି ଯେ ଏହି କଥା ବୁଝିବା ଦରକାର । ସଙ୍କୀର୍ଣ୍ଣ ଉଦେଶ୍ୟ ପାଇଁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଠିକ୍ ନୁହେଁ । ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପକ୍ଷରୁ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବରେ ସୂଚୀବନ୍ଧ କରିବାର ପ୍ରସ୍ତାବକୁ ଚୀନ୍ ରୋକ ଲଗାଇ ଦେଇଛି । ଏଠାରେ ଉଲ୍ଲେଖନୀୟ ଯେ ମାସୁଦ ଆଝାରକୁ ନେଇ ଭାରତ ଓ ଚୀନ୍ ଭିତରେ ଗତ ଦୁଇ ବର୍ଷ ହେବ ସମ୍ପର୍କ ତିକ୍ତ ରହିଛି । ମାସୁଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଚୀନ୍ ବାରମ୍ବାର ବିରୋଧ କରୁଛି । ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମାସୁଦକୁ ସମର୍ଥନ କରି ଚୀନ୍ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ବିପଦରେ ପକାଉଛି । ୧୫ ସଭ୍ୟ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦରେ ଜୈସ ମହମ୍ମଦକୁ କଳାତାଲିକାଭୁକ୍ତ କରାଯାଇଛି । କିନ୍ତୁ ଆଝାରକୁ ଆତଙ୍କବାଦୀ ଘୋଷଣା କ୍ଷେତ୍ରରେ ଚୀନ୍ ପ୍ରତିବଦ୍ଧକ ହୋଇଛି । ଗତବର୍ଷ ଭାରତର ପ୍ରସ୍ତାବକୁ ଅନ୍ୟ ୧୪ ଟି ରାଷ୍ଟ୍ର ସମର୍ଥନ କରିଥିଲେ ମଧ୍ୟ ଚୀନ୍ ଏହାକୁ ବିରୋଧ କରି ପାକିସ୍ଥାନ ଓ ଆଝାର ସହ ମିତ୍ରତା କରିଛି ।


    

Maximum 500 characters