Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ବଲିଉଡ ଗାୟକ କୁମାର ସାନୁ ଓ ଆଲକା ୟାଗ୍ନିକଙ୍କ ବଡ ପ୍ରଶଂସକ ଥିଲା ଲାଡେନ

Date: Nov 4, 2017    Views: 25


 ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦୁର୍ଦ୍ଧାନ୍ତ ଆତଙ୍କବାଦୀ ଓସମା ବିନ୍ ଲାଡେନ୍ ବିଷୟରେ ଯିଏ ଭାବିବ ସେ କହିବ ତା’ର ଜୀବନ କେବଳ ଗୋଳା ବାରୁଦ ଭିତରେ ରହିଯାଇଥିଲା । କିନ୍ତୁ ଲାଡେନ୍ ବିଷୟରେ ଏବେ ବହୁତ କିଛି କଥା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ଯେ ଲାଡେନ ଛୋଟ ପିଲାଙ୍କ କାର୍ଟୁନ ଫିଲ୍ମ ଦେଖିବା ସହ ଭିଡିଓ ଗେମ୍ ଖେଳିବାକୁ ଖୁବ୍ ଭଲ ପାଉଥିଲା । କେବଳ ସେତିକି ନୁହେଁ ତାକୁ ବଲିଉଡ ଫିଲ୍ମର ବହୁ ଗୀତ ଖୁବ୍ ପସନ୍ଦ ଥିଲା । ଏପରିକି ସେ ଭାରତୀୟ ଗାୟକ କୁମାର ସାନୁ ଓ ଆଲକା ୟାଗ୍ନିକ୍ଙ୍କ ବହୁତ ବଡ ପ୍ରଶଂସକ ଥିଲା । ୨୦୧୧ ରେ ଲାଡେନର ମୃତୁ୍ୟର ୬ ବର୍ଷ ପରେ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି(ସିଆଇଏ) ଏ ବିଷୟରେ କିଛି ଅଜଣା କଥାର ସୂଚନା ଦେଇଛି । ସିଆଇଏକୁ ମିଳିଥିବା ଦସ୍ତାବିଜ ଭିତରୁ ଏ ବିଷୟରେ ଜଣାପଡିଛି । ସିଆଇଏର ନିଦେ୍ର୍ଧଶକ ମାଇକ୍ ପେମୋଇୟୋରେ ଏହି ଦସ୍ତାବିଜ ଜାରି କରିଛନ୍ତି । ସେ ସମୟ ସମୟରେ  ଆମେରିକାର ଲୋକଙ୍କୁ ଆତଙ୍କବାଦୀ ସଂଗଠନରେ କାମ କରିବାର ପ୍ରଣାଳୀ ଓ ଲକ୍ଷ୍ୟ ବିଷୟରେ ସୂଚନା ଦେବେ । ଏଠାରେ ଉଲ୍ଲେଖନୀୟ ଯେ ଆମେରିକାର ସିଲ୍ କମାଣ୍ଡୋଜ୍ ୨୦୧୧ ରେ ଲାଡେନକୁ ପାକିସ୍ଥାନର ଏବୋଟାବାଦରେ ଥିବା ତା ଘରେ ମାରିଥିଲେ । ସିଆଇଏର ଦସ୍ତାବିକରୁ ଜଣାପଡିଛି ଯେ ଲାଡେନର ଘରେ ଯେଉଁ ଜିନିଷ ଉଦ୍ଧାର କରାଯାଇଛି ତାହା ଭିତରେ ତା’ର ଲାପଟପ୍ ଓ କମ୍ପୁ୍ୟଟରୂ ରହିଛି । ଏଥିରେ ପିଲାଙ୍କ କାର୍ଟନୁ ଫିଲ୍ମ ଓ ଭିିଡିଓ ଗେମ୍ର ବହୁତ ଗୁଡିକ କଲେକସନ୍ ରହିଛି । ଏହା ସହ ବଲିଉଡ ସିଙ୍ଗର କୁମାର ସାନୁ ଓ ଆଲକା ୟାଗ୍ନିକଙ୍କ ବହୁତ ଗୁଡିଏ ଗୀତର ସିଡି ମଧ୍ୟ ମିଳିଥିଲା । ଏହା ସହ କିଛି ବହିତୁ ଓ ପୋର୍ଣ୍ଣ ଫିଲ୍ମର ସିଡି ମଧ୍ୟ ଉଦ୍ଧାର କରାଯାଇଥିଲା ।  ଅଲକାଏଦା ସମ୍ପର୍କୀତ ସମ୍ପର୍କୀତ ୪.୫ ଲକ୍ଷ ଫାଇଲ ସିଆଇଏ ପାଖରେ ରହିଛି । ଏହା ଭିତରେ ଲାଡେଣ ଭିଡିଓ, ଚିଠି ଏବଂ ଅଡିଓ ସହିତ ବହୁତ କିଛି ସାମଗ୍ରୀ ରହିଛି । ଏହାଛଡା ଲାଡେନ ଝିଅର ବାହାଘର ବେଳର ଏକ ଭିଡିଓ ରହିଛି ।  ଏହାଛଡା ଲାଡେନର କମ୍ପୁ୍ୟଟରରୁ ଶ୍ରୀଲଙ୍କାରେ ପ୍ରକାଶିତ ‘ଗାର୍ଜିୟନ’ରେ ପ୍ରକାଶିତ ‘ଫିୟର ଅଫ୍ ଏୟାର ବୋର୍ଣ୍ଣ ଟେରୋରିଷ୍ଟ ଷ୍ଟ୍ରାଇକ୍ସ ଇନ୍ ଇଣ୍ଡିଆ’ ୟୁକୋର ଏକ ରିପୋର୍ଟ ପ୍ରକାଶ ପାିଥିଲା । ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆରୂ ୯ ଫେବୃଆରୀ ୨୦୧୦ ଏକ ଖବର ପ୍ରକାଶିତ ହୋଇଥିଲା ପାକିସ୍ଥାନ ସରକାର ଅସ୍ଥିର କରିବା ପାଇଁ ତାଲିବାନର ସାହାର୍ଯ୍ୟ କରୁଥିବା ଅଲକାଏଦା ବିଷୟରେ ଏକ ଖବର ରହିଛି । ଏଡାଛଡା ଲାଡେନ  ବିଶେଷ କରି ହକି ଏବଂ ବହୁ ରୋମାଞ୍ଚକାରୀ ଖେଳ ଖେଳିବାକୁ ଖେଳିବାକୁ ଭଲ ପାଉଥିଲା ।ମ


    

Maximum 500 characters