Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ସାରା ବିଶ୍ୱରେ ୧ ଘଣ୍ଟା ବନ୍ଦ ରହିଲା ହ୍ୱାଟସ୍ଆପ୍

    Share on :
    Date: Nov 4, 2017    Views: 121


    ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ଆପ୍ ଶୁକ୍ରବାର ସାରା ବିଶ୍ୱରେ ୧ ଘଣ୍ଟା ପାଇଁ ବନ୍ଦ ରହିଯାଇଥିଲା । ଯାହାଫଳରେ ଏହାର ୟୁଜରଙ୍କୁ ଖୁବ୍ ଅସୁବିଧାର ସାମନା କରିବାକୁ ପଡିଥିଲା । ହ୍ୱାଟସ୍ଆପ୍ ଡାଉନ୍ ଟ୍ରେଡ୍ କରୁଛି ବିଶେଷ କରି ଟ୍ୱିଟର ଇଣ୍ଡିଆରେ ହ୍ୱାଟସ୍ଆପ୍ ଟପ୍ ଟ୍ରେନିଡ ରହିଛି । ହ୍ୱାଟସ୍ଆପ୍ ଯଦିଓ ଖୋଲୁଥିଲା କିନ୍ତୁ ଲୋଡିଂ ଏବଂ କିଛି ମେସେଜ୍ ଦେଲେ ତାହା ଡେଲିଭରି ହେଉନଥିଲା । ବହୁ ଲୋକ ମୋବାଇଲ ନେଟୱାର୍କ ସମସ୍ୟା ଭାବିଥିଲେ । କିନ୍ତୁ ଏନେଇ ହ୍ୱାଟସ୍ଆପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ହ୍ୱାଟସ୍ଆପ୍  ଡାଉନ୍ ଏବେ ନୁହେଁ ବଂର ବହୁ ପୂର୍ବରୁ ହୋଇଥିଲା । ପ୍ରାୟ ୧ ଘଣ୍ଟା ହେବ କିଛି ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଡାଉନ ଡିଟେକ୍ଟର ଅନୁସାରେ ପ୍ରାୟ ୨ ଘଣ୍ଟା ପୂର୍ବରାୁ ଲୋକମାନେ ଏଭଳି ଅଭିଯୋଗ କରିଥିଲେ । ଭାରତ ସହ ଅନ୍ୟ ସମସ୍ତ ଦେଶରେ ଏଭଳି ସମସ୍ୟା ଦେଖାଯାଇଥିଲା । କିନ୍ତୁ ପରେ ଏହା ଠିକ୍ ଭାବରେ ଚାଲିଥିଲା । ଏହାର କାରଣ କ’ଣ ତାହା ଜଣାପଡିନାହିଁ ।
     

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook