Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଜାମ୍ମୁ ଓ କାଶ୍ମୀରରେ ୬ ମାସରେ ମଲେଣି ୮୦ ଆତଙ୍କବାଦୀ

Date: Nov 4, 2017    Views: 28


 ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସେନାର ଭିକ୍ଟର ଫୋର୍ସ ଜିଓସି ମେଜର ଜେନେରାଲ ବିଏସ୍ ରାଜୁ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରରେ ଏବେ ୧୧୫ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏହା ଭିତରେ ୯୯ ଜଣ ସ୍ଥାନୀୟ ଓ ୧୫ ଜଣ ବାହାରର । ଗତ ୬ ମାସରେ ୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଭଳି ଗୁରୁବାର ପୁଲୱାମାର ସାମ୍ବୁରାରେ ହୋଇଥିବା ସଂଘର୍ଷରେ ସୁରକ୍ଷାବଳ ଜଣେ ଆତଙ୍କବାଦୀମାନେ ମାରିବାରେ ସଫଳ ହୋଇଛନ୍ତି । ସେ ହିଜବୁଲ ମୁଝାହିଦ୍ଧିନ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି । ମେଜର ଜେନେରାଲ ବିଏସ୍ ରାଜୁ କହିଛନ୍ତି ଏବେ ଦକ୍ଷିଈ କାଶ୍ମୀରରେ ଶତାଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି ।ଆମେ ଆତଙ୍କବାଦୀଙ୍କୁ ମୁଖ୍ୟଧାରରେ ଆଣିବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛୁ । ଯଦି ଏହି ଆତଙ୍କବାଦୀମାନେ ଆତ୍ମସମର୍ପଣ କରିଦିଅନ୍ତୁ ତେବେ ଆମେ ତାଙ୍କର ପୁନଃର୍ବାସ ପାଇଁ ସବୁ ପ୍ରକାର ସହଯୋଗ କରିବୁ ।


    

Maximum 500 characters