Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ମଣିଷ ସ୍ଥାନ ନେଇଯିବ ରୋବୋଟ୍!

Date: Nov 4, 2017    Views: 28


ନୂଆଦିଲ୍ଲୀ:  ଗ୍ରହାନ୍ତର ଜୀବ ବା ଆଲିୟନ ସହ ସଂପର୍କ ମଣିଷର ପତନର କାରଣ ହେବ ବୋଲି ଭବିଷ୍ୟବାଣୀ କରିଥିବା ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଙ୍ଗ ଏବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ କିଛି ବର୍ଷ ପରେ ରୋବୋଟଗୁଡ଼ିକ ମଣିଷର ସ୍ଥାନ ନେଇଯିବେ । ଏହି ବିଶିଷ୍ଟ ବ୍ରହ୍ମାଣ୍ଡ ବିଜ୍ଞାନୀ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧି ମଣିଷକୁ ଅକ୍ତିଆର କରିଯିବ ଓ ମଣିଷଠାରୁ ଆଗେଇଯିବ ।
ମିରର୍ ପତ୍ରିକାକୁ ଏକ ସାକ୍ଷାତକାର ଦେଇ ଷ୍ଟିଫେନ ହକିଙ୍ଗ କହିଛନ୍ତି ଯେ ଯେ କେତେକ ଲୋକ ଯେପରି କଂପୁ୍ୟଟର ଭାଇରସ ଡିଜାଇନ୍ କରୁଛନ୍ତି ସେହିପରି କେହି କେହି ଏମିତି କୃତ୍ରିମ ବୁଦ୍ଧି ଡିଜାଇନ କରିବେ ଯାହା ସ୍ୱୟଂ ନିଜର ଉନ୍ନତି କରିପାରିବ ଓ ନିଜକୁ ବଦଳାଇଦେବ । ଏହା ଏକ ନୂଆ ଜୀବନର ରୂପ ନେବ ଏବଂ ମଣିଷଠାରୁ ଆଗେଇଯିବ ।
ସେହିପରି ୱେୟାର୍ଡ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ମଣିଷର ମସ୍ତିଷ୍କ ଓ କଂପୁ୍ୟଟର କ’ଣ କ’ଣ କରିପାରିବ ତା’ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ସେ ବିଶ୍ୱାସ କରନ୍ତି ନାହିଁ । କେତେବେଳେ ନା କେତେବେଳେ ମଣିଷ ତିଆରି କରିଥିବା ଯନ୍ତ୍ର ମଣିଷଠାରୁ ମଧ୍ୟ ଉନ୍ନତ ହୋଇଯିବ ।
ମେଟ୍ରୋ ପତି୍ରକାରେ ପ୍ରକାଶ ପାଇଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ ହକିଙ୍ଗ କହିଛନ୍ତି, ମୁଁ ଭାବୁଛି ଆମେ ଅଫେରା ସମୟରେ ପହଂଚି ସାରିଛନ୍ତି । ଆମ ପାଇଁ ଆମ ପୃଥିବୀ ଅନେକ ଛୋଟ ହୋଇଗଲାଣି । ବିଶ୍ୱ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବଢ଼ି ଚାଲିଛି । ଆମେ ଆତ୍ମ-ଧ୍ୱଂସକାରୀ ବିପଦରେ ପଡ଼ିଗଲେଣି । ଏହି ବିପଦରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଅନ୍ୟ ଗ୍ରହରେ ଉପନିବେଶ ସ୍ଥାପନ କରିବାକୁ ହେବ । ସେ ଦିଗରେ ଯୁବ ବିଜ୍ଞାନୀମାନେ କାମ କରୁଛନ୍ତି ।
ହକିଙ୍ଗ ପ୍ରଥମ ଥର ପାଇଁ ଏପରି ଚେତାବନୀ ଦେଇ ନାହାନ୍ତି । ୨୦୧୫ ମସିହାରେ ମଧ୍ୟ ସେ ଏପରି ବିପଦ ସଂପର୍କରେ ସୂଚନା ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ ଆମେ ଯେଉଁ ରୋବୋଟ ତିଆରି କରୁଛୁ ତାହା ମଣିଷକୁ ଉଈହୁଙ୍କା ପରି ଦଳିଦେଇ ପାରେ । ଆସନ୍ତା ୧୦୦ ବର୍ଷ ଭିତରେ ଆମକୁ ପୃଥିବୀ ଛାଡ଼ି ଅନ୍ୟ ଗ୍ରହରେ ବସତି ସ୍ଥାପନ କରିବାକୁ ହେବ । ନତୁବା ଏକ ବିଶ୍ୱ ସରକାର ଜରିଆରେ ଆମକୁ ଆମ ପୃଥିବୀର ରକ୍ଷା କରିବାକୁ ହେବ ।


    

Maximum 500 characters