Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଜେପିରେ ମିଶିଲେ ମୁକୁଳ ରୟ

Date: Nov 4, 2017    Views: 23


ନୂଆଦିଲ୍ଲୀ :  ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କର ଏକଦା ଘନିଷ୍ଟ ଥିବା ମୁକୁଳ ରାୟଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ
ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେବା ସହିତ ତୃଣମୂଳ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ।
ନିଜର ଦଳତ୍ୟାଗ ଓ ବିଜେପିରେ ଯୋଗଦାନ ସଂପର୍କରେ ସେ କହିଛନ୍ତି ଯେ ତୃଣମୂଳ କଂଗ୍ରେସ କେତେବେଳେ ବିଜେପି ସହିତ ଅଛି ତ ପୁଣି କେତେବେଳେ କଂଗ୍ରେସ ସହିତ ଅଛି । ଏକଦା ଆମେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ଅଂଶ ଥିଲୁ । ଏବେ ଦଳ ଭାବୁଛି କଂଗ୍ରେସକୁ ଛାଡ଼ି ଦେଶ ଆଗେଇ ପାରିବ ନାହିଁ । ଦଳର ଏଭଳି ପରିବର୍ତ୍ତନଶୀଳ ନୀତି ଯୋଗୁଁ ମୁଁ ଦଳ ଛାଡ଼ିବାକୁ ବାଧ୍ୟ ହେଲି ବୋଲି ମୁକୁଳ ରାୟ କହିଛନ୍ତି ।
ଗତ କିଛି ମାସ ମଧ୍ୟରେ ରୟ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲି ଓ ବିଜେପିର ପଶ୍ଚିମ ବଙ୍ଗ ପ୍ରଭାରୀ କୈଳାସ ବିଜୟଭର୍ଗିୟାଙ୍କୁ ଅନେକ ଥର ଭେଟିଥିଲେ । ସେ ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେବା ପରେ ତୃଣମୂଳ କଂଗ୍ରେସରୁ ତାଙ୍କୁ ବହିଷ୍କାର କରାଯାଇଥିଲା ।
ଶରଧା ଚିଟ ଫଣ୍ଡ ଦୁର୍ନୀତିରେ ସେ ଜଡ଼ିତ ଥିବା ଅଭିଯୋଗ ଉଠିଥିଲା । ସେହିପରି ନରଦା ଓ ଆଲ୍କେମିଷ୍ଟ ଦୁର୍ନୀତିରେ ମଧ୍ୟ ରୟ ସଂପୃକ୍ତ ଥିବା ଅଭିଯୋଗ ଉଠିଥିଲା । ଏକଦା ବିଜେପି ଏସବୁ ଦୁର୍ନୀତି ପାଇଁ ମୁକୁଳ ଓ ମମତାଙ୍କୁ ସମାଲୋଚନା କରିଥିଲା । ଶରଧା ଚିଟ ଫଣ୍ଡ ଦୁର୍ନୀତି ଉପରେ ଏବେ ସିବିଆଇ ତଦନ୍ତ ଚାଲିଛି । ଏ ସଂପର୍କରେ ରୟ କହିଛନ୍ତି ଯେ ସେ ସିବିଆଇ ଓ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟକୁ ତଦନ୍ତରେ ସହଯୋଗ କରିବେ । ସେମାନେ ମୋତେ ଡାକିଲେ ମୁଁ ଯାଇଁ ହାଜର ହେବି ।


    

Maximum 500 characters